ଦ୍ୱିତୀୟ ତ୍ରିଧାରା ମହୋସବ
ବାଲିପାଟଣା : ବାଲିପାଟଣାର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ତ୍ରିଧାରା କଳା କେନ୍ଦ୍ର ତରଫରୁ ବୁଦ୍ଧନାଥ ମେଲଣ ପଡିଆରେ ଦ୍ୱିତୀୟ ତ୍ରିଧାରା ମହୋସôବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଜୟନ୍ତ ଓଝାଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ବେହେରା, ଓଡ଼ିଶୀ ନୃତ୍ୟଗୁରୁ ପିତାମ୍ବର ବିଶ୍ୱାଳ, ଭାଓଲିନ ଗୁରୁ ପ୍ରଶାନ୍ତ କୁମାର ପାଢ଼ୀ, ଗୋଟିପୁଅ ନୃତ୍ୟ ଗୁରୁ ଲିଙ୍ଗରାଜ ବାରିକ, ଚିତ୍ରଶିଳ୍ପୀ ପ୍ରମୋଦ ବେହେରା ଓ ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା ଯୋଗଦେଇ ପିଲା ମାନଙ୍କର ଅନ୍ତର୍ନିହିତ ପ୍ରତିଭା ବିକାଶରେ ତ୍ରିଧାରା କଳାକେନ୍ଦ୍ରର ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ । କଳା, ସଂସ୍କୃତି, ପରମ୍ପରା ଓ ପ୍ରତିଭାର ମାଟି ଜୟଦେବ ନିର୍ବାଚନ ମଣ୍ଡଳୀ ସର୍ବଦା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିଛି ଓ ସୁଯୋଗ ମିଳିଲେ ଅନୁଷ୍ଠାନ ଅଧିକ ଦକ୍ଷତାର ସହିତ କାମ କରି ଅଞ୍ଚଳ ପାଇଁ ସୁନାମ ଅଣି ପାରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅତିଥିଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା । ଏହାପରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ସ୍ୱ ଅଙ୍କିତ ଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ସମ୍ପାଦକ ଧନ୍ୟବାଦ୍ ଅର୍ପଣ ଓ ବିଶ୍ୱରଂଜନ ନନ୍ଦ, ଜଗନ୍ନାଥ ବେହେରା, କମଳାକାନ୍ତ ମହାନ୍ତି, ରତିକାନ୍ତ ପଣ୍ଡା, ସୌଭାଗ୍ୟ ପ୍ରହରାଜ ଏହାର ସଫଳତାରେ ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ବିଶ୍ୱଜିତ୍ ବଳିଆର୍ ସିଂହ ଉପସ୍ଥାପନା କରିଥିଲେ ।