ଦ୍ୱିତୀୟ ଦିନରେ ବିଜେଡିର ଗଣଧାରଣା 

ବାଲେଶ୍ୱର: ସଦର ବ୍ଲକ ଏବଂ ପୌରାଞ୍ଚଳରେ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ସମ୍ପ୍ରତି ବିଜେପି ବିଧାୟକଙ୍କ ଚାପରେ ବନ୍ଦ କରାଯାଇଥିବାରୁ ପୂର୍ବତନ ସଦର ବିଧାୟକ ସଦର ବିଧାୟକ ସ୍ୱରୂପ ଦାସଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଗଣଧାରଣା ଦ୍ୱିତୀୟ ଦିନରେ ପହଞ୍ଚôଛି । ସଦର ବ୍ଲକ ସମ୍ମୁଖରେ ସଦର ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଦ୍ୱିତୀୟ ଦିନର ପ୍ରତିବାଦ ସଭାରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗଙ୍କ ଅଧ୍ୟକ୍ଷତା କରି ଥିଲେ । ଏହି ପ୍ରତିବାଦ ସଭାରେ ବିଜେଡିର ବରିଷ୍ଠ ରାଜ୍ୟ ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତ ସିଂହାର ଅତିଥି ଭାବେ ଯୋଗ ଦେଇ ବିଜେପିର ବିଭିନ୍ନ ଜନ ବିରୋଧୀ କାର୍ଯ୍ୟକୁ ସୋମାଲୋଚନା କରିବା ସଂଗେ ସଂଗେ ଏବେ କନ୍ଧମାଳରେ ଲୋକେ ଭୋକ ଜ୍ୱାଳାରେ ଆମ୍ବ ଟାକୁଆ ଖାଇ ମୃତୁ୍ୟବରଣ କରିବା ଘଟଣା ବିଜେପିର ଅସଲ ମୁଖା ଖୋଲିଦେଇଛି ବୋଲି ପ୍ରକାଶ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ବିକାଶ ପାଇଁ ଦେଇଥିବା ଅର୍ଥ କାର୍ଯ୍ୟକାରୀ କରିବାରେ ବିଜେପି ସଦର ବିଧାୟକ ଅନ୍ତରାୟ ସୃଷ୍ଟି କରୁଥିବାରୁ ଆଗାମୀ ଦିନରେ ଏହି ଆନେ୍ଦାଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଡ. ସିଂହାର ପ୍ରକାଶ କରିଥିଲେ । ପୂର୍ବତନ ବିଧାୟକ ସ୍ୱରୂପ ଦାସ ଗଣଧାରଣାରେ ଉଦ୍ବୋଧନ ଦେଇ ଲୋକଙ୍କ ଟିକସ୍ ଅର୍ଥରେ ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ବାଧା ଦେଲେ ବିଜେଡି ତାହାର ଜବାବ ଦେବ ବୋଲି କହିଥିଲେ । ଏହି ପ୍ରତିବାଦ ସଭାରେ ମୁ୍ୟନିସିପାଲିଟିର ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ଉପନଗରପାଳ ମନୋଜ ରାଉତ, ଜିଲ୍ଲା ପରିଷଦ ସଭ୍ୟା ସୋନାଲି ବିଶ୍ୱାଳ, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ଟାଉନ ସଭାପତି ସନତ ଦାସ, ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଧିରେନ ନାୟକ, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିଭୁଦତ୍ତ ପରିଡା, ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର, ବିଜେଡି ନେତା ସଂଗ୍ରାମ ମଲ୍ଲିକ, ଅକୁର ତରେଇ, ସୁଜିତ ପଣ୍ଡା, ବିଜୟାନନ୍ଦ ସ୍ୱାଇଁ, ସରପଞ୍ଚ ଅଜିତ ମହାପାତ୍ର, ଲକ୍ଷ୍ମୀକାନ୍ତ ଜେନା, କାଉସିଲର ତଥା ଟାଉନ ମହିଳା ସଭାପତି ମୀନା ମହାନ୍ତି, କାଉସିଲର ମିତା ପଟ୍ଟନାୟକ, କବିତା ମୃମୁ, ମିରାଜ ବାନୋ, ସନ୍ଧ୍ୟାରାଣୀ ଜେନା, ସବିତା ରାଣୀ ଦାସ, ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ଶଶୀରେଖା ମହାନ୍ତି, ସେକ ଆୟୁବ, କାର୍ତ୍ତିକ ସାହୁ, ପୂର୍ବତନ କାଉନସିଲର ସାକିର ଖାନ, ସଂଜୟ ବେହେରା,ବିଶ୍ୱଜିତ ମହାପାତ୍ର, ନଳିନୀକାନ୍ତ ଦାସ, ଅଶୋକ ଆଢ୍ୟ, ଅଶୋକ ଦାସ, ସୁନିଆ ମୃମୁ, ଅତୁଲ ଶତପଥୀ, ଦେବାଶିଷ ଦାଶ, ପ୍ରଫୁଲ୍ଲ ଜେନା, ଅଶୋକ ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ତଥା ବିଜେଡି ନେତୃବୃନ୍ଦ ଯୋଗ ଦେଇ ବିଜେପି ସରକାରର ଏତାଦୃଶ ଜନବିରୋଧି କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଥିଲେ ।