ଧର୍ମଘଟ ପାଇଁ ପଥପ୍ରାନ୍ତ ସଭା
ଭଣ୍ଡାରିପୋଖରୀ : କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ଚଳିତ ମାସ ୯ତାରିଖ ଦିନ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବ । ୧୦ ଗୋଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ଏବଂ କର୍ମଚାରୀ ସଂଘର ମିଳିତ ଆହ୍ୱାନରେ ୧୭ଦଫା ଦାବି ନେଇ ଦେଶବ୍ୟାପୀ ଏହି ଧର୍ମଘଟ ହେବାକୁ ଯାଉଛି । ଏ ନେଇ ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାମାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଥାନା ସମ୍ମୁଖସ୍ଥ କାଳୀ ମଣ୍ଡପ ଠାରେ ଗତ ଗୁରୁବାର ଦିନ ପଥପ୍ରାନ୍ତ ସଭା ଆୟୋଜନ ହୋଇଥିଲା । ଏଥିରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସମ୍ପାଦକ ଶମର ବଳ, ଏଆଇଟିୟୁସି ଜିଲ୍ଲା ସମ୍ପାଦକ ରମେଶ ଚନ୍ଦ୍ର ଜେନା, ଏଆଇୟୁଟିୟୁସି ଜିଲ୍ଲା ସଭାପତି ରାମଚନ୍ଦ୍ର ଶଙ୍ଖୁଆ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ସମ୍ପର୍କରେ ତୀବ୍ର ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସମ୍ପାଦକ ଶୁଭେନ୍ଦୁ ପ୍ରତାପ ମହାନ୍ତି, ଏସୁସିଆଇସି ଜିଲ୍ଲା ସମ୍ପାଦକ ଡ. ରମେଶ ନାୟକ, ମହିଳାନେତ୍ରୀ ସୁରମା ସାମଲ, ପର୍ଶୁରାମ ଲେଙ୍କା, ଅନାମ ସାମଲ, ସୂର୍ଯ୍ୟମଣୀ ଦ୍ୱିବେଦୀ, ମଧୁସୂଦନ ଓଝା, ଅଶୋକ ମଲ୍ଲିକ ପ୍ରମୁଖ ଯୋଗଦେଇ ସମସ୍ତେ ଏହି ଦେଶବ୍ୟାପୀ ଧର୍ମଘଟରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।