ଧର୍ମପରାୟଣା ମହିଳାଙ୍କ ପରଲୋକ
ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଈଁଚବଣିଆ ଲାଲ ବାହାଦୁର ମାର୍ଗ ନିବାସୀ ଧର୍ମପରାୟଣ ମହିଳା ବାଉରି ପାଢିଙ୍କ ୭୯ ବର୍ଷରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଠ ଭାଷୀ ପରୋପକାରୀ ମହିଳା ଥିଲେ । ମୃତୁ୍ୟ ଖବର ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ ସହ ବହୁ ମାନ୍ୟଗଣ୍ୟ ଲୋକ ତାଙ୍କର ଶେଷ ଦର୍ଶନ କରିି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କର ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୃତୁ୍ୟଶର୍ଯ୍ୟା ନିକଟରେ ତାଙ୍କର ସୁପୁତ୍ର ହିଞ୍ଜିଳି ବିଧାୟକଙ୍କ ପୈାରପରିଷଦ ପ୍ରତିନିଧି ପ୍ୟାରୀମୋହନ ପାଢି,ବୋହୂ, ନାତୀ ଓ ଆତ୍ମୀୟ ସଜନ ଉପସ୍ଥିତ ଥିଲେ ।