ଧର୍ମପ୍ରାଣା ମହିଳାଙ୍କ ପରଲୋକ

 ବ୍ୟାସନଗର: ଶୁକ୍ରବାର ପୈାରାଂଚଳ ଗୋପବନ୍ଧୁ ନଗର ନିବାସୀ ତଥା କାଳିପୂଜା କମିଟି ମୁଖ୍ୟ ଉପଦେଷ୍ଟା ଅଶୋକ କୁମାର ସାହୁଙ୍କ ମାଆ ଗୌରୀ (୮୩)ଙ୍କ ପରଲୋକ ଘଟିଛି । କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତରୁ ଅସୁସ୍ଥ ଥିବା ଗୈାରୀଙ୍କ ପରଲୋକ ଖବର ପାଇ କାଳୀପୂଜା କମିଟି ସଭାପତି ଦେବେନ୍ଦ୍ର କୁମାର ସାମଲ, ସମ୍ପାଦକ ବିଜୟ କୁମାର ସାହୁ, ଉପସଭାପତି ଗୋପାଳ ଚନ୍ଦ୍ର ଖଣ୍ଡାଇ, ସହସମ୍ପାଦକ ରଘୁନାଥ ସାହୁ, କୋଷାଧକ୍ଷ ସୁବ୍ରତ କୁମାର ନାୟକ, କର୍ତା ଶରତ ପଥାଳ, ଉପଦେଷ୍ଟା କ୍ରିଷ୍ଣାଲାଲ ସାହା, ରମେଶ ଅଗ୍ରୱାଲ, ଚକ୍ରଧର ଆଏଚ, ରାଜାରାମ ତ୍ରିବେଦୀ, ଶରତ ଜେନା, ସୂର୍ଯ୍ୟମଣୀ ବାରିକ, ରବୀନ୍ଦ୍ର କୁମାର ପଥାଳ, ପବନ ଅଗ୍ରୱାଲ, ମନ୍ମଥ ଦେଓ, ପ୍ରଭାତ ସାହୁ, ଗୋପାଳ ସାହୁ, ଦିଲ୍ଲୀପ ପରିଡା, ଜିତେନ୍ଦ୍ର ପରିଡା, ବନମାଳୀ ନାୟକ, ସୁସା ସାହୁ, କାର୍ତିକ ଭୂୟାଁ, ମୁରଲୀଧର ବୋଇତାଇଙ୍କ ସମେତ ଆତ୍ମିୟ ସ୍ୱଜନ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ଅଶୋକ ମୁଖାଗ୍ନି ଦେଇଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ବୋହୂ ଶଶିକଳା, ଝିଅ ଆରତୀ, ଜୟନ୍ତୀ, ସୁନାନ୍ତି, ଗୀତାଞ୍ଜଳି, ଜ୍ୱାଇଁ ଧରଣୀଧର, ପରମାନନ୍ଦ, ମନୋଜ, ନାତୁଣୀ ସତ୍ୟବ୍ରତୀ, ପୁତୁରା ନରେନ୍ଦ୍ର, ସଞ୍ଜୟ, ସୁଶାନ୍ତ, ବିପିନୀ, ନାତି ଅଟଳ ଉପସ୍ଥିତ ଥିଲେ ।