ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ 

 ଖୋର୍ଦ୍ଧା: ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମର ବୃନ୍ଦାବନ ମହାପାତ୍ର(୫୦)ଙ୍କର ବୁଧବାର ସକାଳେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ମଧୁମେହ ପାଇଁ ଶାରୀରିକ ଅସୁସ୍ଥତା ହୋଇ ଭୁବନେଶ୍ୱରରେ ଘରୋଇ ହସ୍ପିଟାଲରେ ଚିକିସôିତ ହେଉଥିଲେ । ମହାପାତ୍ର ଜଣେ ଧର୍ମପରାୟଣ,ସରଳ, ମିଷ୍ଟଭାଷୀ, ପରୋପକାରୀ, ଈଶ୍ୱରବିଶ୍ୱାସୀ ବ୍ୟକ୍ତିଥିଲେ । ଏଥିସହ ଅଞ୍ଚଳରେ ଜଣେ ଦକ୍ଷ ୱାଟର ଫିଲଟର କାରିଗର ଭାବେ ବେଶ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି । ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂପର୍ଣ୍ଣ ହୋଇଥିବା ବେଳେ ପୁତ୍ର ରବି ନାରାୟଣ ମହାପାତ୍ର ମୁଖାଗ୍ନି ଦେଇଥିଲେ ।