ଧର୍ମ ସୁରକ୍ଷା ପାଇଁ  ବିଶାଳ ଶୋଭାଯାତ୍ରା

 ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ଓ ଧର୍ମ ସୁରକ୍ଷା ନିମନ୍ତେ ରାଷ୍ଟ୍ରୀୟ ଧର୍ମ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଜିଲ୍ଲାର ୧୪ ଗୋଟି ବିଭିନ୍ନ ହିନ୍ଦୁ ସଂଗଠନ ସହଯୋଗ କରିବା ସହ ବହୁ ସଂଖ୍ୟକ ଲୋକେ ଯୋଗଦାନ କରିଥିଲେ ।  ହିନ୍ଦୁ ଧର୍ମର ସୁରକ୍ଷା ସହ ଜିଲ୍ଲାରେ ସମସ୍ତେ କିପରି ଶାନ୍ତି ଶୃଙ୍ଖଳା ଓ ଭାଇଚାରାର ସହ ମିଳି ମିଶି ରହିବେ, ଧର୍ମାନ୍ତିକରଣକୁ ରୋକିବା ଭଳି ବିଭିନ୍ନ ଦାବି କରି ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଭାରତର ଅଖଣ୍ଡତା ବଞ୍ଚାଇ ରଖିବା ସହ ହିନ୍ଦୁ ମାନଙ୍କୁ ଓ ହିନ୍ଦୁ ଧର୍ମକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଏକ ସ୍ୱରରେ ଦାବି କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲା ସଦର ବସଷ୍ଟାଣ୍ଡ ଠାରୁ ବାହାରି ଜିଲ୍ଲା ସଦର ମହକୁମା ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଶେଷ ହୋଇଥିଲା ।