ଧାନମଣ୍ଡି ଉଦଘାଟିତ
ତାଳଚେର: ତାଳଚେର ବ୍ଳକ ଅନ୍ତର୍ଗତ କଳମଛୁଇଁ ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁ ଆଜି ଧାନ ମଣ୍ଡି ଉଦ୍ଘାଟିତ ହୋଇ ଯାଇଛି । କଳମଛୁଇଁ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ଧନମଣ୍ଡି କାର୍ଯ୍ୟକ୍ରମ ସହିତ ନୂତନ ପାଚେରୀ, ମୋ ସେବା କେନ୍ଦ୍ର ଓ ଜନ ସେବାକେନ୍ଦ୍ରର ଶୁଭ ଉଦ୍ଘାଟନୀ ଉସôବ ଅଞ୍ଚଳବସୀଙ୍କ ଉପସ୍ଥିତିରେ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ରାଜେନ୍ଦ୍ର କୁମାର ସିଂହ, ସନ୍ତୋଷ କୁମାର ପ୍ରଧାନ, ପ୍ରଦୀପ କୁମାର ପରିଡ଼ା, ଇତିଶ୍ରୀ ଜେନା, ଅନିଲ କୁମାର ରଥ, ମନୋଜିତ୍ ମହାନ୍ତିଙ୍କ ସମେତ କୁମୂଣ୍ଡା, ଗୋପାଳପ୍ରସାଦ, କଳମଛୁଇଁ,ଡଆଁରା, ଓ ପଦ୍ମବତିପୁର ର ସରପଞ୍ଚ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସମିତି ଲିର ସମ୍ପାଦକ ସରୋଜ କୁମାର ସାହୁ ପରିଚାଳନା କରିବା ସହିତ ସମସ୍ତ ନିଦେ୍ର୍ଦଶକ, ନିଦେ୍ର୍ଦଶକା ଓ କର୍ମଚାରୀ ସହଯୋଗ କରିଥିଲେ । ଏହି ମଣ୍ଡିରେ ପ୍ରଥମ ଦିନ ବତିଶ ଜଣ କୃଷକ ଯୋଗଦେଇ ଉତ୍ପାଦିତ କରିଥିବା ଧାନକୁ ସରକାରଙ୍କ ଦ୍ୱାରା ନିଦ୍ଧାରିତ ମୂଲ୍ୟରେ ସହଜ ଇ ସୁବିଧା ଜନକ ଭାବରେ ବିକିଥିଲେ । ସରଳିଆ ରାଇସ ମିଲିର ସହାୟତାରେ ଗତକାଲି ସାନ୍ଧ୍ୟ ସୁଧା ନଅଶହ ନଅ କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରାଯାଇଥିଲା ।