ଧାନମଣ୍ଡି ଓ ବେଆଇନ ବାଲି ଖାଦାନ ଅନୁଧ୍ୟାନ କଲେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ବିଭିନ୍ନ ଧାନମଣ୍ଡି ଓ ମଣିନାଥପୁର ବେଆଇନ ବାଲି ଉତ୍ତୋଳନ ସ୍ଥାନ, ନେରଡା ବେଆଇନ ଇଟାଗଢା ଶିଳ୍ପାଞ୍ଚଳ ବିଧାନସଭା ଷ୍ଟାଣ୍ଡିଂ କମିଟି ପରିଦର୍ଶନ କରିଥିବା ଜଣାଯାଇଛି । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଧାୟକ ଅଶ୍ୱନୀ କୁମାର ପାତ୍ର, ବିଧାୟକ ଶାରଦା ପ୍ରସାଦ ନାୟକ, ବିଧାକୟ ପଦ୍ମଲୋଚନ ହାଇବ୍ରୁ, ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ବିଧାୟକ ଅଖିଳ ଚନ୍ଦ୍ର ନାୟକ, ବିଧାୟକ ଦୁଶ୍ମନ୍ତ କୁମାର ସ୍ୱାଇଁ, ବିଧାୟକ ନବୀନ କୁମାର ଜୈନ, ବିଧାୟକ ନରସିଂହ ଭାତ୍ରା ଓ ବିଧାୟକ ମଙ୍ଗୁ ଖିଲ୍ଲାଙ୍କ ସମେତ ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟ, ଉପଜିଲ୍ଲାପାଳ ବିକ୍ରମ ସୌରଭ ଚକ୍ରବର୍ତ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ସମବାୟ ସମିତି ସମୂହ ଉପନିବନ୍ଧକ ପ୍ରଚୀତା ଜେନା ରହଣିଆ ସମବାୟ ସମିତି ଧାନମଣ୍ଡି ପରିଦର୍ଶନ କରି ଧାନକ୍ରୟ ସମ୍ପର୍କରେ ମଣ୍ଡି କ୍ରୟ ଅଧିକାରୀ ସନ୍ତୋଷ ଦାସଙ୍କ ଠାରୁ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସେଠାରୁ ଷ୍ଟାଣ୍ଡିଂ କମିଟି ମଣିନାଥପୁର ଗ୍ରାମର ବେଆଇନ ବାଲି ଉତ୍ତୋଳନ ସ୍ଥାନ ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ସରପଞ୍ଚ ପରମାନନ୍ଦ ନାୟକ ବାଲି ଉତ୍ତୋଳନ ଓ ପରିବହନ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଷ୍ଟାଣ୍ଡିଂ କମିଟିକୁ ଅବଗତ କରାଇ ଦୃଢ କାର୍ଯ୍ୟାନୁଷ୍ଠାନ ଲୋଡିଥିଲେ ।