ଧାନ ମଣ୍ଡଳ ବିଶ୍ୱ ନାଥ ମଠରେ ଯଜ୍ଞ ଆରମ୍ଭ

 ନିଆଳି: କଣ୍ଟାପଡା ବ୍ଲକ ଗୋବିନ୍ଦ ପୁର ଥାନା ଅଧିନ ବ୍ରାହ୍ମଣ ସାଇଲୋ ପଂଚାୟତ ପ୍ରସିଧ ଧାନମଣ୍ଡଳ ବିଶ୍ୱନାଥ ମଠରେ ୧୩ ତାରିଖ ଗୁରୁବାର ଠାରୁ ବିଶ୍ୱ ଶାନ୍ତି ମହାଯଂଜ୍ଞ ଆରମ୍ଭ ହୋଇଛି । ଏହି ଯଂଜ୍ଞ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବ । ସ୍ଥାନୀୟ ଅଞ୍ଚଳ ରେ ପ୍ରସିଧ ଠାକୁର ବାବା ବିଶ୍ୱନାଥ ଙ୍କ ପୀଠରେ  ପଞ୍ଚାନନ ଜେନା ଙ୍କ ନେତୃତ୍ୱ ରେ ଚାଲୁ ରହିବ । ଯଂଜ୍ଞଭରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ୪ ରାତି ଧରି ଅପେରା ନାଟ୍ୟ ପରିବେଷଣ କରିବେ । ଏଠାରେ ଲଉଡି ଖେଳ ଭଜନ ସଂକୀର୍ତନ କାର୍ଯ୍ୟକ୍ରମ ଥିବା ବେଳେ ଶାହରୁ ଉର୍ଦ୍ଧ ଦୋକାନ ପଡିଥିବାରୁ ସ୍ଥାନୀୟ ଲୋକମାନେ ଘରୋଇ କରଣ ଜିନିଷ କିଣିପାରିବେ । ଶାନ୍ତି ଶୃଙ୍ଖଳା ପକ୍ଷରୁ ଗୋବିନ୍ଦ ପୁର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଚି ।