ଚୋରି କରିବାକୁ ଆସି ଗାଁଲୋକଙ୍କ ହାବୁଡ଼ରେ ପଡ଼ିଲେ ୨ ଯୁବକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପକାରୀ ଓ ବାଲନ୍ଦାପଡା ଅଞ୍ଚଳରେ ଚୋରି,ରାହାଜାନି, ଡ଼କାୟତି, ହତ୍ୟା, ଭଳି ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଥିବା ବେଳେ ଏହି ସବୁ ଅପରାଧରେ ପଡୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚÿଳର କିଛି ଅପରାଧୀ ସାମିଲ ଥିବା ଜଣାପଡିଛି । ଏହି ପରିପେକ୍ଷୀରେ ଗୋଛାପଡା ଥାନା ଗଞ୍ଜାମାଇଁ ଗାଁରେ ନିଜକୁ ପୋଲିସର ପରିଚୟ ଦେଇ ଚୋରି ପାଇଁ ପ୍ରସ୍ତୁତି ଚଳାଇ ଥିବା ବେଳେ ୨ଜଣ ବ୍ୟକ୍ତିଙ୍କୁ ଗ୍ରାମବାସୀ କାବୁ କରି ପୋଲିସର ଜିମା ଦେଇଥିବା ବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଚାରିଜଣ ବ୍ୟକ୍ତି ଏହି ଗଞ୍ଜାମାଇଁ ଗାଁ ନିକଟରେ ଚୋରି ପାଇଁ ପ୍ରସ୍ତୁତି ଚଳାଉଥିବା ବେଳେ ଗାଁ ର କାଳିଆ କହଁର ନାମକ ଜଣେ ବ୍ୟକ୍ତି ସେମାନଙ୍କୁ କଉଠୁ ଆସିଛ ବୋଲି ପଚାରିଥିଲେ । ସେମାନେ ଆମେ ପୋଲିସ ବୋଲି କାଳିଆଙ୍କୁ ପରିଚୟ ଦେଇଥିଲେ । ପରେ ସନେ୍ଦହ ହେବାରୁ କାଳିଆ କହଁର ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଆସିବା ଦେଖି ୪ଜଣଙ୍କ ମାଧ୍ୟ୍ୟରୁ ଦୁଇଜଣ ଫେରାର ହୋଇଯାଇଥିବା ବେଳେ ୨ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଗୋଛାପଡା ପୋଲିସରେ ଜିମା ଦେଇଛନ୍ତି । ତେବେ ଅଟକ ଥିବା ୨ଜଣ ବ୍ୟକ୍ତିଙ୍କ ମଧ୍ୟ୍ୟରେ ଜଣେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କୁନାମାଳ ଗାଁ ର ଗୋବଚ ସୁନାଙ୍କ ପୁଅ କପିଳେଶ୍ୱର ସୁନା ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ସେହି ମନମୁଣ୍ଡା ଥାନା ବହଳ ସାହି ଗାଁର ଯାଆକୃଷ୍ଣ ଚାଉଳିଆଙ୍କ ପୁଅ ମାନସରଞ୍ଜ ଚାଉଳିଆ ବୋଲି ଜଣାପଡିଛି । ଅନ୍ୟପଟେ ଉଭୟଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା ଜାରିରଖିଥିବା ଜଣାପଡିଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
