ନଦୀବନ୍ଧରେ ଗାତ, ମରାମତି ଦାବି 

 ବରୀ : ବରୀ ବ୍ଲକ୍ ଭଅଁରା ପଞ୍ଚାୟତର ରାଇପୁର ନଦୀବନ୍ଧର ଶାସନ ଗ୍ରାମର ପରିଡା ସାହି ନିକଟ ନଦୀବନ୍ଧ ପାର୍ଶ୍ୱରେ ବିରାଟ ଗାତ ସୃଷ୍ଟିି ହେଉଛି । ଲଗାଣ ବର୍ଷା ହେବା ଫଳରେ ନଦୀବନ୍ଧ ଖାଇଯାଇଛି । ଯାହାଫଳରେ ନଦୀବନ୍ଧ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ପାଇପ ଦେଖାଯାଉଛି । ଜଳସମ୍ପଦ ବିଭାଗ ଅଧିନରେ ଥିବା ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ନହେଲେ ନଦୀବନ୍ଧରେ ଲୋକମାନଙ୍କ ସହିତ ଗାଡିମଟର ଯାତାୟତ ଠପ ହେଇଯିବ ।