ନଦୀରୁ ଯୁବକଙ୍କ ଶବ ଉଦ୍ଧାର 

 ଯାଜପୁର ସଦର ଥାନା  ତନ୍ତୀଘାଇ ନଦୀରୁ ଏକ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି । 
ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ସ୍ଥାନୀୟ ଲୋକେ ନଦୀକୁ ଶୌଚ ହେବା ପାଇଁ ଯିବାବେଳେ  ଶବ ଭାସୁଥିବା ଦେଖି ସଦର ଥାନାକୁ ଜଣାଇଥିଲେ ।  ଥାନା ଅଧିକାରୀ ତଥା ଡିଏସ୍ପି ଶଙ୍କର୍ଷଣ ଦଳାଇ ସଦଳବଳେ ଘଟଣାସ୍ଥଳରେ ପହଁଚି ବରୁଆଁ ଅଗ୍ନିସମ ସେବା ବାହିନୀ ସହାୟତାରେ ଶବକୁ ଉଦ୍ଧାର କରିଥିଲେ । ଉଦ୍ଧାର ଶବର ଶରୀରରେ ଗଭୀର ଆଘାତ ଲାଗିଥିଲା ବେଳେ ଦୁଇ ଗୋଡ଼କୁ ଏକ ବାଲି ବସ୍ତା ଦ୍ୱାରା ବନ୍ଧାଯାଇ ନଦୀ ଗର୍ଭକୁ ପକାଯାଇଥିବା ସନେ୍ଦହ କରାଯାଉଛି । ଏହାଏକ ହତ୍ୟାକାଣ୍ଡ ବୋଲି ସନେ୍ଦହ କରି ସ୍ଥାନୀୟ ପୁଲିସ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ଓ ମାଜିଷ୍ଟ୍ରେଟ ଅଜୟ କୁମାର ପଣ୍ଡାଙ୍କ ଉପସ୍ଥିତରେ ଶବକୁ ପଞ୍ଚନାମା କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । 
ଖବର ଲେଖା ହେଲା ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବାବେଳେ ସଦର ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି ।