ନନ୍ଦାହାଣ୍ଡିରେ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର/ନନ୍ଦହାଣ୍ଡି  : ନନ୍ଦାହାଣ୍ଡି ପଂଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡାଙ୍କ  ଯୁଗ୍ମ ଅଧ୍ୟକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ବିଡିଓ କ୍ଷୀରୋଦ ଚନ୍ଦ୍ର  ସାହୁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ  ଉପସ୍ଥିତ ଥିଲେ । ଜନ ଶୁଣାଣି ଶିବିରରେ ମୋଟ ୨୫ଜଣ ଆବେଦନକାରୀ ନିଜର ଅଭିଯୋଗ କରିଥିଲେ । ସେଥିମଧ୍ୟରୁ ୧୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ସାମାଜିକ ସୁରକ୍ଷା ବିଭାଗ ତରଫରୁ ୩ ଜଣ ଚିହ୍ନଟ ଦିବ୍ୟାଙ୍ଗଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା ।