ବିଭାଗୀୟ ଅବହେଳାକୁ ନେଇ ଉଦ୍ବେଗ ପ୍ରକାଶ କଲେ ଜିଲ୍ଲାପାଳ
ଯାଜପୁର: ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ଯାଜପୁର ଜିଲାରେ କିନ୍ତୁ ବିଭିନ୍ନସ୍ତରରେ ଏହାର ବ୍ୟତିକ୍ରମ ଘଟୁଛି । ଏକଥା ଜିଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଜିଲାପାଳଙ୍କ ଉଦ୍ବେଗ ପରେ ସ୍ପଷ୍ଟ ହୋଇଛି । ବୁଧବାର ଜିଲ୍ଲାପାଳ ପି. ଅନ୍ୱେଷା ରେଡିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ବିଭାଗୀୟ ଅବହେଳା ଜିଲାପାଳଙ୍କ ନଜରକୁ ଆସିଥିଲା । ଏଣୁ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ । ସମୀକ୍ଷା ବୈଠକରେ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଫଳ ରୂପାୟନ କରିବା ପାଇଁ ନିର୍ଦେଶ ଦେଇଥିଲେ । ଗତ ୫ ମାସରେ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟର ୯୧ ପ୍ରତିଶତ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ଦର୍ଶାଯାଇଥିଲା । ଯକ୍ଷ୍ମା ରୋଗୀଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖଦ୍ୟ ପ୍ରଦାନ ଓ ନିକ୍ଷୟ ପୋଷଣ ଯୋଜନା ଅନ୍ତର୍ଗତ ପ୍ରଦାନ କରାଯାଉଥିବା ଆର୍ଥôକ ସହାୟତାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲାପାଳ ନିର୍ଦେଶ ଦେଇଥିଲେ । ଅଗଷ୍ଟ ୧୦ ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୁହିକ ଔଷଧ ସେବନ, ୧୨ ତାରିଖରେ ହେବାକୁ ଥିବା ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ଆଲୋଚନା କରାଗଲା । ଜିଲ୍ଲାର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମାସରେ ୮ ଟି ଯୋଗ ଶିବିର ଓ ୨ ଟି ସ୍ୱାସ୍ଥ୍ୟ ଭିତ୍ତିକ ଦିବସ ପାଳନ କରିବା ପାଇଁ ନିର୍ଦେଶ ପ୍ରଦାନ କରାଯାଇଥିଲା । ଜିଲ୍ଲାର ମାତ୍ର ୪୭ ପ୍ରତିଶତ ଗର୍ଭବତୀ ମହିଳା ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷିତ ଅଭିଯାନ (ମାସର ୯ ତାରିଖ)ରେ ସାମିଲ ହେଉଛନ୍ତି । ଯାହାକୁ ନେଇ ଜିଲ୍ଲାପାଳ ଉଦେବଗ ପ୍ରକାଶ କରିଥିଲେ । ୯ ତାରିଖ ବ୍ୟତୀତ, ମାସର ୨୧ ତାରିଖରେ ଅତିରିକ୍ତ ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷିତ ଅଭିଯାନ କରିବା ପାଇଁ ନିର୍ଦେଶ ପ୍ରଦାନ କରିଥିଲେ । ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଥିଲେ । ଜନନୀ ସୁରକ୍ଷା ଯୋଜନା ରାଶି ଓ ସଂପୂର୍ଣ୍ଣା ଯୋଜନା ଅନ୍ତର୍ଗତ ପ୍ରସବ ପରେ ଘରକୁ ଫେରିବା ପାଇଁ ପ୍ରଦାନ କରାଯାଉଥିବା ରାଶି ପ୍ରଦାନରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ବ୍ଲକ ଆର୍ଥôକ ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିବା ସହିତ ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ସମସ୍ତ ବକେୟା ରାଶି ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନା ରେ ପ୍ରସବ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷିତ ଅଭିଯାନକୁ ଆସୁଥିବା ବିପଦ ସଂକୁଳ ଗର୍ଭବତୀ ମହିଳା ମାନଙ୍କ ପାଇଁ ଥିବା ଯାତାୟାତ ଖର୍ଚ୍ଚ ମଧ୍ୟ ମାତ୍ର ୧୦ ପ୍ରତିଶତ ପ୍ରଦାନ କରାଯାଇଛି । ଗତ ଆର୍ଥôକ ବର୍ଷ ଓ ଚଳିତ ବର୍ଷର ସମସ୍ତ ବକେୟା ରାଶିକୁ ୭ ଦିନ ଭିତରେ ପ୍ରଦାନ କରିବା ପାଈଁ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ସଠିକ ସମୟରେ ପ୍ରଦାନ ରେ ବିଳମ୍ବ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଥିଲେ । ପ୍ରତି ସପ୍ତାହରେ ସମୀକ୍ଷା କରି ସମ୍ପୂର୍ଣ୍ଣ ଟୀକାକରଣକୁ ତ୍ୱରାନ୍ୱିତ ପାଇଁ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ସମସ୍ତ ଅଧିକ୍ଷକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ, ଜିଲ୍ଲା ସ୍ତରୀୟ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳକ ଉପସ୍ଥିତ ଥିଲେ ।