"ନବକାକଳି'ର ମାସିକ କବିତା ଆସର

 ଜଗତସିଂହପୁର :  ଜଗତସିଂହପୁର ବ୍ଲକ ମୁଦୁପୁରୁ ପଞ୍ଚାୟତ କନ୍ତାର ଗ୍ରାମରେ କେଳି କାଞ୍ଚନ ରନôାକର ପାଠାଗାରରେ ନବକାକଳି ସାହିତ୍ୟ - ସଂସ୍କୃତି - ଆଧ୍ୟାତ୍ମିକ ପତ୍ରିକା ସୌଜନ୍ୟରୁ ମାସିକ ଭକ୍ତି କବିତା ଆସର ନବକାକଳିର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପତ୍ରିକାର ପରିଚାଳନା ସମ୍ପାଦିକା ମନୋରମା ଦାଶ ଏବଂ ସହ ସମ୍ପାଦକ ଶିକ୍ଷାବିତ ଶିଶିର କୁମାର ତ୍ରିପାଠୀ ପ୍ରମୁଖ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ମୁଖ୍ୟଅତିଥି ଭାବେ ପୋକପୁର ମଠର ମଠଧିଶ ମହନ୍ତ ତ୍ରିଲୋଚନ ଦାସ ମହାରାଜ, ମୁଖ୍ୟବକ୍ତା ଭାବେ ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ ଶର୍ମା, ବରଣ୍ୟ ଅତିଥି ଭାଗବତ ଗବେଷକ ଜ୍ଞାନ ରଞ୍ଜନ ସ୍ୱାଇଁ, ଜଗତସିଂହପୁର ସାହିତ୍ୟ ପରିଷଦର ସମ୍ପାଦକ ଉମାକାନ୍ତ ନାୟକ, ପରିଷଦର ପ୍ରତିଷ୍ଠାତା କବି ଅଜୟ କୁମାର ବେହେରା ଓ ଗଙ୍ଗୋତ୍ରୀର ସମ୍ପାଦକ କୈଳାଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଭାଗବତ ଓଡ଼ିଆ ଜନ ଜୀବନର ପ୍ରାଣ କେନ୍ଦ୍ର ବୋଲି ମତବ୍ୟକ୍ତ କରିଥିଲେ । କଳ୍ପନା ବିଶ୍ୱାଳ ଏବଂ ସବ୍ୟସାଚୀ ତ୍ରିପାଠୀଙ୍କ ସଂଯୋଜନାରେ ୩୧ଜଣ କବିକବିୟିତ୍ରୀ ସ୍ୱରଚିତ ଭକ୍ତିରସାତ୍ମକ କବିତା ପାଠ କରିଥିଲେ ।  କବି ପୁରୁଷୋତ୍ତମ ଦାସ, ଗଣେଶ ମହାନ୍ତି, ଶେଷଦେବ ଛୋଟରାୟ, ମାତୃପ୍ରସାଦ ଶତ୍ରୁଜିତ, ନୀଳକଣ୍ଠ ମିଶ୍ର, ଶିଶିର କୁମାର ତ୍ରିପାଠୀ, ପରୀକ୍ଷିତ ମହାନ୍ତି, ବଂଶୀଧର ବେହେରା, ହୃଦାନନ୍ଦ ବାରିକ ପ୍ରମୁଖଙ୍କ କବିତା ଉଚ୍ଚ କୋଟିର ହୋଇଥିଲା ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ କବି ଉମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।