ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
ବୁଗୁଡା : ବୁଗୁଡ଼ା ବ୍ଲକ ଓ ଏନ୍ଏସି ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସ୍ଥାନୀୟ ବଳଦେବ ସ୍ୱାମୀ ଏବଂ ବିରଞ୍ଚô ନାରାୟଣ ମନ୍ଦିର ପରିସରରେ ସାମୂହିକ ଦୀପଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକ ସଭାପତି ଖଦାଳ ଖଟେଇ, ନଗର ସଭାପତି କେ.ତ୍ରିଲୋଚନ ଦୋରା, ସମ୍ପାଦକ ଅମରେନ୍ଦ୍ର ସେନାପତି, କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ଦାଶ, କବିରାଜ ଗୌଡ, ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ୱାଇଁ, ଭାଗ୍ୟଲକ୍ଷ୍ମୀ ରାଉତ, କିଶୋର ଚନ୍ଦ୍ର ବେହେରା, ଗୋପୀନାଥ ସ୍ୱାଇଁ, ରାମଚନ୍ଦ୍ର ନାୟକ, ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ସମେତ ଅଞ୍ଚଳର ବହୁ ଜନପ୍ରତିନିଧି ଏବଂ ବିଜୁ ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ରହି ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।