ନାବାଳିକା ଗର୍ଭବତୀ, ଜଣେ ଅଟକ
ନୀଳଗିରି : ନୀଳଗିରି ବ୍ଲକରେ ଏକ ୧୫ ବର୍ଷୀୟା ନାବାଳିକା ଆଦିବାସୀ ଝିଅଙ୍କୁ ୫୬ ବର୍ଷର ଜଣେ ପଡୋଶୀ ବଳାକôାର କରିବା ଯୋଗୁଁ ସମ୍ପ୍ରତି ସେ ୪ ମାସର ଗର୍ଭବତୀ ହୋଇଥିବା ସୂଚନା ମିଳିଛି । ତା' ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାବେଳେ ପୀଡ଼ିତା ପରିବାର ଲୋକ ବଳାକôାରୀର ଧମକରେ ପାଟି ଫିଟାଉ ନଥିଲେ କି ଥାନାକୁ ଯାଇପାରୁ ନଥିଲେ । କୁଳଡିହ ଅଭୟାରଣ୍ୟ ପାଦଦେଶ ତଥା ନୀଳଗିରିର ବରହମପୁର ଥାନା ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟିଯାଇଛି । ଗାଁ ପାଖରେ ଥିବା ଏକ ହାଇସ୍କୁଲରେ ପୁର୍ବରୁ ଛାତ୍ରୀ ଜଣକ ପଢୁଥିଲେ । ସ୍କୁଲରୁ ଫେରିବା ବାଟରେ ଅଭିଯୁକ୍ତ ପଡୋଶୀ ଜଣକ ଛାତ୍ରୀଙ୍କୁ ଚକଲେଟ ଦେବା ବାହାନାରେ ଘରକୁ ଡାକି ଦୁଷ୍କର୍ମ କରିଥିବା ସୂଚନା ମିଳିଛି । ଲୋକଲଜ୍ଜାରୁ ଛାତ୍ରୀଜଣକ ଘରେ କାହାରିକୁ କହି ନଥିଲେ । କିନ୍ତୁ ସେ ଅନ୍ତଃସତ୍ତ୍ୱା ହେବା ଜଣାପଡ଼ିବା ପରେ କଥା ପ୍ରଘଟ ହୋଇଥିଲା । ସେପଟେ ଛାତ୍ରୀଙ୍କ ବାପା ଜଣେ ରୋଗୀ ହୋଇଥିବାବେଳେ ମା’ ଦିନ ମଜୁରିଆ । ଅପରପକ୍ଷରେ ଦୁଷ୍କର୍ମକାରୀ ଜଣକ ପୀଡ଼ିତା ପରିବାର ଲୋକଙ୍କୁ ଭୟଭୀତ କରୁଥିବା ଯୋଗୁଁ ସେମାନେ ପାଟି ଫିଟାଉ ନଥିଲେ ପିଡିତା ଓ ତାର ପରିବାର ଲୋକେ । ଏଭଳି ଏକ ସମ୍ବେଦନଶୀଳ ଘଟଣା ବରହମପୁର ଥାନା ନଜରକୁ ଆସିବାପରେ ବରହମପୁର ପୁଲିସ ୪ ମାସର ଗର୍ଭବତୀ ହୋଇଥିବା ଝିଅ ଓ ତାଙ୍କ ମାଙ୍କୁ ଉଦ୍ଧାର କରି ବରହମପୁର ଥାନାକୁ ଆଣିବାପରେ ତାର ବୟାନ ରେକଡ୍ ଓ ଅଭିଯୋଗ ଆଧାରରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ବରହମପୁର ପୁଲିସ ।