ନାଳରେ ବୁଡି ଶିଶୁ ପୁତ୍ରର ମୃତୁ୍ୟ

 ବିଞ୍ଝାରପୁର : ସକାଳୁ ସକାଳୁ ମାଁସଡା ବନ୍ଧସାହି ଗ୍ରାମର ମନୋଜ ଯେନାଙ୍କ ୫ବର୍ଷର ଶିଶୁ ପୂତ୍ରର ନାଳରେ ବୁଡ଼ି ମୃତୁ୍ୟ ଘଟିଛି । ଖବର ମତେ ମନୋଜଙ୍କ ଭାଇ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କ ସହ ଶିଶୁପୁତ୍ର ଯାଇଥିଲା । ଶୌଚ ସମୟରେ ନାଳର ଏକ ପିଣ୍ଡି ଉପରେରେ ଶିଶୁଟିକୁ ବସାଇ ଯାଇଥିଲା । ତେବେ ଶିଶୁଟି କୌଣସି କାରଣରୁ ତଳେ ଥିବା ନାଳରେ ଖସି ପଡ଼ିଥିଲା । ଦାଦା ଆସି ଖୋଜିବାରୁ ଶିଶୁଟିର ଜୋତା ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ପାଖ ବିଲରେ କାମ କରୁଥିବା ଲୋକଙ୍କୁ ଡାକ ପକାଇବାରୁ ସମସ୍ତେ ଆସି ଖୋଜା ଖୋଜି କରିଥିଲେ । ବିଞ୍ଝାରପୁର ପୁଲିସ ଓ ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଁଚିବା ପରେ ଗାଁ ଲୋକଙ୍କ ମିଳିତ ଉଦ୍ୟମରେ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଖୋଜା ଖୋଜି ପରେ ଶିଶୁଟିକୁ ଉଦ୍ଧାର କରିଥିଲେ । ବିଞ୍ଝାରପୁର ମେଡିକାଲକୁ ଆଣିବା ପରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଶିଶୁ ମୃ୍ତୁ୍ୟ ଖବର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।