ନିଆଁଲାଗି ପୋଡିଗଲା ଦୋକାନ

 ଏରସମା: ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅନ୍ତର୍ଗତ ପଏଦା ଗ୍ରାମର ଗୋଠ ପଡ଼ିଆରେ ଥିବା ପାନ ଦୋକାନ ନିଆଁ ଲାଗି ହଜାର ହଜାର ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ସୁନିତା ନାୟକଙ୍କ ପାନ ଦୋକାନ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଦୋକାନ ଭିତରେ ଥିବା ଗ୍ୟାସଟାଙ୍କି ଫାଟି ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ । କେଉଁ କାରଣରୁ ନିଆଁ ଲାଗିଲା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ତେବେ ସୁନିତା ଜଣେ ଗରିବ ମହିଳା । ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।