ନିଓନାଟାଲୋଜିଷ୍ଟ ଡାକ୍ତରଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

 ବ୍ୟାସନଗର : ପୌରାଞ୍ଚଳ ଷ୍ଟାଡିୟମ ରୋଡ଼ ଠାରେ ଥିବା ଦତ୍ତାତ୍ରେୟ ଶାନ୍ତି ତପୋବନରେ ଆପୋଲ ହସ୍ପିଟାଲର ନିଓନାଟାଲୋଜିଷ୍ଟ ଡା. ସୁବ୍ରତ ମାଝୀ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି  । ମାସର ତୃତୀୟ ଶନିବାର ଡା. ସୁବ୍ରତ ମାନସିକ ଅନଗ୍ରସର ବାଧିତ ଓ ଦୁର୍ବଳ ବା ଏୟୁଟିଆଇଏସଏମ ପିଲାମାନଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ପରାମର୍ଶ ଦେଉଛନ୍ତି  । ଆପୋଲ ହସ୍ପିଟାଲର ବିଭାଗୀୟ ମୁଖ୍ୟ ଥିବା ଡାକ୍ତରଙ୍କ ପାଖରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ପ୍ରତ୍ୟେକ ବାରିରେ ୩୦ରୁ ଅଧିକ ପିଡ଼ିତ ପିଲା ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ସହ ପରାମର୍ଶ ନେଉଛନ୍ତି  । ଯାଜପୁର ସମେତ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରୁ ରୋଗୀ ଆସି ପରାମର୍ଶ ନେଉଛନ୍ତି  । ଗଗନ ଗୁରୁଜୀଙ୍କ ଦତ୍ତାତ୍ରେୟ ଶାନ୍ତି ତପୋବନ ତରଫରୁ ଏଭଳି ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ଯେଉଁମାନେ ଏୟୁଟିଆଇଏସଏମରେ ପିଡ଼ିତ ସେମାନେ ସମ୍ପୃକ୍ତ ଡାକ୍ତରଙ୍କୁ ପରାମର୍ଶ କରିପାରିବେ ବୋଲି କୁହାଯାଇଛି  ।