ନିଖିଳ ଉକôଳ ଦଲିଲ ଲେଖକ ମହାସଂଘ ରାଜ୍ୟ ସଦସ୍ୟ ହେଲେ ରାମଚନ୍ଦ୍ର

ଭଦ୍ରକ : ଭଦ୍ରକ ମୋହରିର ସଂଘର ସମ୍ପାଦକ ରାମଚନ୍ଦ୍ର ନାୟକଙ୍କୁ ନିଖିଳ ଉକôଳ ଦଲିଲ ଲେଖକ ମହାସଂଘ ଭୁବନେଶ୍ୱର ଏବଂ ଅଲ ଓଡିଶା ଏଡ଼ଭୋକେଟ କ୍ଲର୍କ ଏସୋସିଏସନ କଟକ ୨ଟି ଯାକ ରାଜ୍ୟ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସ୍ଥାନିତ କରାଯାଇଛି । ଭଦ୍ରକ ମୋହରିର ସଂଘର ସଭାପତି ଉମାକାନ୍ତ ସାହୁଙ୍କ ସମେତ ପ୍ରମୋଦ କୁମାର ଦାସ, ଜଗବନ୍ଧୁ ମହାନ୍ତି, ନିଶାକର ସାହୁ, ଗୋବିନ୍ଦ ରାଉତ ଶ୍ୟାମସୁନ୍ଦର ଲେଙ୍କା, ସୁବାସ ସ୍ୱାଇଁ, ସର୍ବେଶ୍ୱର ଜେନା, ଗୟାଧର ବେହେରା, ମୁକ୍ତିକାନ୍ତ ବାରିକ, ଅଶୋକ ସାହୁ, ଯଯାତି ଦାସ, ରିମସେନ ଅରଖ, ପ୍ରଫୁଲ୍ଲ ଦାସ ଓ ଆନନ୍ଦ ପଣ୍ଡା ତଥା ଭଦ୍ରକ ଟ୍ରି ଫେମିଲିର ସଭାପତି ସୁରେନ୍ଦ୍ର କର, ଗୋପବନ୍ଧୁ ସେବାସଂଘ ତିହିଡିର ସଭାପତି ରାଜୀବ ନାୟକ, ଉପଦେଷ୍ଟା ପ୍ରଭାତ କୁମାର ରାଉଳ ଓ ରାମନାରାୟଣ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅଭିନନ୍ଦନ ଜଣାଇଛନ୍ତି ।