ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

 ସୁକିନ୍ଦା: ଏହି ଥାନା ଥାନା ଅଞ୍ଚଳରଏକ ଜଳପ୍ରପାତରେ ଗାଧୋଉଥିବା ସମୟରେ ବୁଡ଼ି ନିଖୋଜ ଥିବା ଯୁବକର ମୃତଦେହ ଆଜି ଉଦ୍ଧାର ହୋଇଛି । ପ୍ରପାତରେ ଦୁଇସାଙ୍ଗ ବୁଡ଼ିଯାଇଥିବା ବେଳେ ଶନିବାର ସୁକିନ୍ଦା ଅଗ୍ନିଶ୍ରମ ବିଭାଗ ଜଣକ ମୃତଦେହ ଉଦ୍ଧାର କରିଥିଲା । ରବିବାର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ଏ ସଂକ୍ରାନ୍ତରେ ସୁକିନ୍ଦା ପୁଲିସ ୨୪/୨୦୨୫ ଓ ୨୫/୨୦୨୫ରେ ଦୁଇଟି ମାମଲା ରୁଜକରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି । ଖବର ମତେ ଶନିବାର ପୂର୍ବାହ୍ନରେ ୩ଜଣ ଯୁବକ ସାଙ୍ଗହୋଇ ରାଙ୍କିଆ ପାହାଡ ନିକଟ ଝରଣାକୁ ଯାଇଥିଲେ । ସେଠାରେ ଥିବା ଏକ ପାହାଡ ଖୋଲରେ ମାନସ ଓ ଶମ୍ଭୁ ଗାଧୋଉଥିବା ସମୟରେ ହଠାତ୍ ନିଖୋଜ ହୋଇ ଯାଇଥିଲେ । ସେମାନଙ୍କ ସହ ଥିବା ବୁତୁରୁ ଫୋନକରି ଗାଁକୁ ଖବର ଦେଇଥିଲେ । ଗାଁ ଲୋକେ ସୁକିନ୍ଦା ଅଗ୍ନିଶ୍ରମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶ୍ରମ ବିଭାଗ ଅଧିକାରୀ ରଜନୀକାନ୍ତ ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ଦୀର୍ଘ ୬ଘଂଟାଧରି ଖୋଜାଖୋଜି କରିବା ପରେ ଶମ୍ଭୁର ମୃତଦେହ ଉଦ୍ଧାର କରିଥିଲୋ । ରବିବାର ପୁଣି ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ନିଖୋଜ ମାନସର ମୃତଦେହ ଉଦ୍ଧାର କରିଥିଲେ । ଉଦ୍ଧାର ଯୁବକ ମନମୋହନ ମହାନ୍ତଙ୍କ ପୁଅ ମାନସ ହୋଇଥିବା ବେଳେ ସେ ଜଣେ ଇଂଜିନିୟର ହୋଇଥିବା ଏବଂ ବେଙ୍ଗାଲୁରୁରେ ଚାକିରି କରୁଥିଲେ ।