ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୁନ୍
ଯାଜପୁର ଟାଉନ: ପାଣିକୋଇଲି ଥାନା ଅନ୍ତର୍ଗତ ଧନେଶ୍ୱର ନିକଟ ରୟାଲ ଗାର୍ଡେନ୍ରେ ମୁସରଫ ଅଲି ଖାଁ ଓ ତାଙ୍କ ପରିବାର ଉପରେ ଆକ୍ରମଣ ଘଟଣାରେ ୧୧ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ସୂଚନା ମୁତାବକ ଗତ୧୩ଅଗଷ୍ଟ ମୁସରଫ ଓ ତାଙ୍କ ପୁଅ ମୋକିମ ନିଜ ସମ୍ପର୍କୀୟଙ୍କ ନିକଟକୁ ଯାଉଥିବା ବେଳେ ରୟାଲ ଗାର୍ଡେନ୍ର ପ୍ରପର୍ଟୀ ମାଲିକ ଆଫାକ ଅହମଦ, ସବିର ଅହମଦ, ଜଲାଲୁଦ୍ଦିନ ଖାଁ, ପ୍ରତାବ ଦାସ, ପ୍ରମୋଦ ଦାସ ମିଶି ଅଟକାଇ ବିନା କାରଣରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ପରିବାରର ମହିଳା ସଦସ୍ୟମାନଙ୍କୁ ମଧ୍ୟ ଅସଦାଚରଣ କରାଯାଇଥିଲା । କିନ୍ତୁ ବିଡ଼ମ୍ବନା ଦୀର୍ଘ ୧୧ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି । ଏନେଇ ପରିବାର ଲୋକେ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ପରେ ଗୃହ ବିଭାଗ ଓ ଅନ୍ୟନ୍ୟ ବିଭାଗ ନିକଟରେ ଏକ୍ସ ମାଧ୍ୟମରେ ଟୁଇଟରେ ଅଭିଯୋଗ କରିବା କରିଛନ୍ତି । ଅଭିଯୋଗ ପରେ ଗୃହ ବିଭାଗ ଏସପିଙ୍କୁ ନିଦେ୍ର୍ଦର୍ଶ ଦେଇଥିଲେ ଯଥାଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ହେଲେ ପାଣିକୋଇଲି ପୁଲିସ କୋଉଠି ନା କୋଉଠି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ମନେ ହେଉଛି । କାରଣ ଦୀର୍ଘ ୧୧ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଁଚ ପାରୁନାହିଁ ସବୁଠୁ ବଡ଼ କଥା ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପିଡ଼ିତଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାରେ ବିଫଳ ହେଉଛନ୍ତି । ଅନ୍ୟ ପଟେ ଅଭିଯୁକ୍ତ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ପାଣିକୋଇଲି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଜାମିନକୁ ଅପେକ୍ଷାରେ ରହିଛି । ତେଣୁ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ ନକରାଗଲେ ଆଗାମୀ ଦିନରେ ମୁସରଫ ଓ ତାଙ୍କ ପରିବାର ଏସ.ପି ଅଫିସ ସମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।