‘ନିପା’ ଭାଇରସ୍‌କୁ ନେଇ ଆତଙ୍କିତ ହୁଅନାହିଁ : ସ୍ୱାସ୍ଥ୍ୟମନ୍ତ୍ରୀ 

‘ନିପା’ ଭାଇରସ୍‌କୁ ନେଇ ଆତଙ୍କିତ ହୁଅନାହିଁ : ସ୍ୱାସ୍ଥ୍ୟମନ୍ତ୍ରୀ 

ଭୁବନେଶ୍ୱର : ‘ନିପା’ ଭାଇରସ୍‌କୁ ନେଇ ଆତଙ୍କିତ ହୁଅନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ନିପା ଭାଇରସ୍‌କୁ ନେଇ ରାଜ୍ୟବାସୀ ଭୟଭୀତ ଥିଲାବେଳେ ଏହାକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା  । ଲୋକସେବା ଭବନର ଦ୍ୱତୀୟ ମହଲାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତରେ ଏହି ବୈଠକ ବସିଥିଲା । ବୈଠକରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି । ବୈଠକ ପରେ ମନ୍ତ୍ରୀ ଜନସାଧାରଣଙ୍କୁ ଆଦୌ ଭୟଭୀତ ନହେବାକୁ ନିବେଦନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଟେକ୍ନିକାଲ ଟିମ ଗଠନ ହୋଇଛି, ପଶ୍ଚିମବଙ୍ଗ ସୀମାବର୍ତ୍ତି ଜିଲ୍ଲା ଓ ପ୍ରମୁଖ ସହରରେ ସର୍ଭେଲାନ୍ସ ବଢ଼ାଇ ଦିଆ ଯାଇଛି । ଏପର୍ଯ୍ୟନ୍ତ ଓଡିଶାରେ ନିପା ଭାଇରସ୍‌ ପିଡୀତ କାହାକୁ ଚିହ୍ନଟ ହୋଇନାହିଁ । ଏଭଳି ଘଟଣା ଆସିଲେ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।