ନିମନ୍ତ୍ରଣପତ୍ର ଆଣିଲା ବିବାଦ: ‘ଜାତୀୟ କବି କିଏ’ ସ୍ପଷ୍ଟତା ଦାବି କଲେ ସଚେତନ ନାଗରିକ

 ବରୀ: ଚଳିତ ମାସ ୧୦ତାରିଖରୁ ବିଧାନଚନ୍ଦ୍ର ସରକାରୀ ବିଦ୍ୟାଳୟ ଖେଳ ପଡ଼ିଆରେ ଆରମ୍ଭ ହୋଇଛି ଲୋକ ମହୋସôବ । ବରୀ ଅଞ୍ଚଳ ଜନସାଧାରଣଙ୍କ ଭାବାବେଗ ଓ ଆବଶ୍ୟକତାକୁ ସମ୍ମାନ ଜଣାଇ କଳାସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଏହାର ଆୟୋଜନ କରାଯାଇଥିବା ବେଳେ ଲୋକ ମହୋସôବ ଚଳିତ ମାସ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ଦିବସରେ ଭିନ୍ନଭିନ୍ନ ଅତିଥି ମହୋସôବରେ ଯୋଗ ଦେବେଫ ତେବେ ଏନେଇ ଛପାଯାଇଥିବା ନିମନ୍ତ୍ରଣ ପତ୍ର ବିବାଦକୁ ଜନ୍ମ ଦେଇଛି । ବିବାଦଟି ନିମନ୍ତ୍ରଣ ପତ୍ରରେ ଜାତୀୟ କବି ଭାବେ ବା‚ାନିଧି ଦାଶଙ୍କୁ ଉପସ୍ଥାପନ କରାଯାଇଥିବାରୁ ଜନ୍ମ ନେଇଛି । ଆସନ୍ତାକାଲି ୧୨ତାରିଖ ମହୋସôବ ତୃତୀୟ ଦିବସ ମଞ୍ଚକୁ ଯାହାଙ୍କ ନାମରେ କରାଯାଇଛି, ତାହାକୁ ନେଇ ଅଞ୍ଚଳର କିଛି ସଚେତନ ନାଗରିକ ପ୍ରଶ୍ନ ଉଠାଇଛନ୍ତି । ମଞ୍ଚର ଅତିଥି ଭାବେ ଯୋଗ ଦେବାକୁ ଥିବା ଜିଲାପାଳ ପି.ଅନ୍ୱେଷା ରେଡ୍ଡିଙ୍କ ଠାରୁ ସ୍ପଷ୍ଟତା ଲୋଡ଼ିଛନ୍ତି ଅଭିମନୁ୍ୟ ବାଲିଆର ନିମାଁଇ ରାୟ, ବରୀଶ୍ରୀର ସଂପାଦକ ସୁମନ ପଣ୍ଡା, ଚାଳଘରର ସଂପାଦକ ପ୍ରତାପ କୁମାର ଦାସ, ପୁଣ୍ୟତୋୟା ସାହିତ୍ୟ ସଂସଦର ସଂପାଦିକା ସବିତା ନାୟକ । ଜିଲାପାଳଙ୍କୁ ଲେଖିଥିବା ପତ୍ର ମାଧ୍ୟମରେ ‘ଜାତୀୟ କବି ବାଞ୍ଝାନିଧି ଦାସ ନାଁ ବୀର କିଶେଶର ଦାସ ତାର ସ୍ପଷ୍ଟତା ଲୋଡ଼ିଛନ୍ତି । ସଚେତନ ନାଗରିକଙ୍କ କହିବା କଥା ହେଲା ବାଞ୍ଝାନିଧି ଦାସ ହେଉଛନ୍ତୱରୀ ଅଞ୍ଚଳର ଜଣେ ଯୋଗ୍ୟ ସନ୍ତାନ । ଯେ କି ସ୍ୱାଧିନତା ସଂଗ୍ରାମରେ ଯୋଗ ଦେଇ କାରାବରଣ କରିଥିଲେ । ଲୋକଙ୍କୁ ଉଦ୍ବୃଦ୍ଧ କରିବା ପାଇଁ ଜାତୀୟତା ପ୍ରେମୀ କବିତାମାନ ରଚନା କରିଥିଲେ ସତ କିନ୍ତୁ ଜାତୀୟ କବିର ମାନ୍ୟତା ଦିଆଯାଇ ନାହିଁ । ଜାତୀୟ କବି ହେଉଛନ୍ତି ବୀରକିଶୋର ଦାସ । ତାଙ୍କୁ ସରକାରୀ ସ୍ୱିକୃତି ସ୍ୱରୂପ କଟକ ସହରରେ ଜାତୀୟ କବି ବୀରକିଶୋର କଲେଜ ପ୍ରତିଷ୍ଠା କରାଯାଇଛି ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତାଙ୍କ ଜୟନ୍ତୀ ମଧ୍ୟ ପାଳନ କରୁଛି । ଆମେ ଦର୍ଶାଇବାକୁ ଚାହୁଁ କି ଜଣେ ସ୍ୱିକୃତିପ୍ରାପ୍ତ ଜାତୀୟ କବି ଥିବା ବେଳେ ଆଉ ଜଣଙ୍କୁ କିଭଳି ସମାନ ଉପାଧି ଦେଇପାରିବା । ଯାହା ଉପାଧି ଚୋରାଇବା ଭଳି ହେବ । ସ୍ୱିକୃତିପ୍ରାପ୍ତ ଉପାଧିକୁ ଅପବ୍ୟବହାର କରିବା କେତେଦୂର ଯୁକ୍ତି ସଂଗତ? । ମହୋସôବରେ ଯୋଗଦାନ ପୂର୍ବରୁ ଜାତୀୟ କବି କିଏ ତାହାର ସ୍ପଷ୍ଟତା ଦାବି କରାଯାଇଛି । ଛପା ନିମନ୍ତ୍ରଣ ପତ୍ରରୁ ଜାତୀୟ କବି କିଏ ବିବାଦ ଜନ୍ମ ନେବା ଘଟଣା ବରୀ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ଜିଲାପାଳ କି ପ୍ରକାର ସ୍ୱଷ୍ଟତା ରଖୁଛନ୍ତି, ତାହା କେବଳ ଦେଖିବାର ଅଛି ।