ନୀଳଗିରିରୁ ୧୩ ବାଇକ ଜବତ

ନୀଳଗିରି : ନୀଳଗିରି ବ୍ଲକ ଅନ୍ତର୍ଗତ ମାଟିଆଳୀ ପଞ୍ଚାୟତର ନଟାପଡା ଗ୍ରାମର ପ୍ରଭାକର ଦାସଙ୍କ ଘରେ ବିଭିନ୍ନ କମ୍ପାନୀର ୧୩ଟି ବାଇକ୍ ଚୋରାରେ ରଖିଥିବାର ପୁଲିସକୁ ଖବର ମିଳିବା ପରେ ନିଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକଙ୍କ ନିଦେ୍ର୍ଦଶରେ ନିଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ବରହମ୍ପୁର ଆଇଆଇସି ପ୍ରେମଦା ନାୟକ ସଦଳ ବଳେ ପ୍ରଭାକର ଘରେ ଚଢ଼ାଉ କରି ୧୩ଟି ବାଇକ୍ ଜବତ କରିଛନ୍ତି । ତେବେ ଏହି ସବୁ ବାଇକ୍ ବନ୍ଧକ ରଖିଥିବାର ପ୍ରଭାକର ପ୍ରକାଶ କରିଥିବା ବେଳେ ପୋଲିସ ପ୍ରଭାକରକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ତଦନ୍ତ ପରେ ଜବତ ସବୁ ବାଇକ୍ ର ରହସ୍ୟ ଜଣା ପଡ଼ିବ ବୋଲି ପୁଲିସ ପ୍ରକାଶ କରିଛନ୍ତି ।