ନୂଆଁଖାଇ ତିହାର୍ ପାଳିତ ଦର୍ଶକଙ୍କ ମନ ମୋହିଲା ସମ୍ବଲପୁରୀ ନୃତ୍ୟ 

 ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାମୂହିକ ନୂଆଁଖାଇ ତିହାର୍ ପାଳିତ ହୋଇଯାଇଛି । ଭେଟଘାଟ ଉତ୍ସବରେ ସମ୍ବଲପୁରୀ ଦଳଗତ ନୃତ୍ୟ ଦର୍ଶକଙ୍କ ମନ ମୋହିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ସାଂସ୍କୃତିକ ଅନୁଷ୍ଠାନର ସାମୂହିକ ନୂଆଁଖାଇ ତିହାର୍ ପାଳିତ ହେଉଥିବା ବେଳେ ସମଗ୍ର ଖଡିଆଳ ଏକାଠି ନୂଆଁଖାଇ ପାଳନ କରିଥାଏ । ଘରେ ଘରେ ପୁରେ ପୁରେ ନୂଆଁଖାଇ ପାଳିତ ହୋଇଥାଏ । କୌଣସି କାରଣ ବଶତଃ ବଳକା ରହିଯାଇଥିବା ଅଧିବାସୀମାନେ ଆସି ଅନୁଷ୍ଠାନରେ ସାମୂହିକ ଭାବରେ ନୂତନ ଶସ୍ୟ ବା ଫଳକୁ  ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରିଥାଏ । ସମସ୍ତଙ୍କୁ ନେଇ ମହାନ୍ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ପାଳନର ଅନନ୍ୟା ପରମ୍ପରା ପାଳିତ ହୋଇଆସୁଛି । ଆଜି ସାମୂହିକ ନୂଆଁଖାଇ ପର୍ବରେ ମୁଖ୍ୟଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ଯୋଗ ଦେଇ ମହନୀୟ ସଂସ୍କୃତି, ମହାନ୍ ପରମ୍ପରାରେ ଗଣ ପର୍ବ ନୂଆଁଖାଇ ବିଶ୍ୱ ବ୍ୟାପୀ ହେବାକୁ ବସିଛି ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ରୂପେ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଯୋଗ ଦେଇଥିଲେ ।