ନୂତନ ଜିଲ୍ଲା ସଭାପତିଙ୍କ ହିଙ୍ଗୁଳା ପୀଠ ପରିଦର୍ଶନ
ତାଳେଚର: ବିଜେପି ନୂତନ ଜିଲ୍ଲା ସଭାପତି ଭାବେ ଯଯାତି ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ମା’ ହିଙ୍ଗୁଳା ଠାକୁରାଣୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହ ତାଳଚେର ନିର୍ବାଚନ ମଣ୍ଡଳୀର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପରେ ହିଙ୍ଗୁଳାଙ୍କ ପୀଠ ଅତିଥି ଭବନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କୁ ବିଭିନ୍ନ ମଣ୍ଡଳରୁ ଆସିଥିବା କାର୍ଯ୍ୟକର୍ତ୍ତାମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସେହିପରି ଜିଲ୍ଲା ସଭାପତିଙ୍କ ସମେତ ନୂତନ ଭାବେ ନିର୍ବାଚିତ ହୋଇଥିବା ସମସ୍ତ ମଣ୍ଡଳ ସଭାପତି ସୁଶାନ୍ତ ସାମଲ, ଅଜୟ ସାହୁ, ମାନସ ସାହୁ, ଦୀପକ ଦାସ, ବରୁଣ ସାହୁ, ସତ୍ୟବନ୍ତ ସାହୁ, ଜିଲ୍ଲା କମିଟି ସଦସ୍ୟ ରାଜେନ୍ଦ୍ର ସିଂହ, ଖଇରା ପ୍ରଧାନ, ଲୋକନାଥ ସାହୁ, ନରେନ୍ଦ୍ର ସାହୁ, ରାଜ୍ୟ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ପ୍ରଧାନ, ନରେଶ ଚନ୍ଦ୍ର ବେହେରା, ଦେବେନ୍ଦ୍ର ବାରିକ, ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ଜିଲ୍ଲା ସଭାପତି ଅନୁଗୁଳ ଜିଲ୍ଲା ତଥା ତାଳଚେର ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ଦିନରେ ସଂଗଠନକୁ ମଜବୁତ କରିବା ଦିଗରେ ସବୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ରନôାକର ସାହୁଙ୍କର ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶେଷରେ ପର୍ଶୁରାମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।