ନୂତନ ବିଇଓ ସୂର୍ଯ୍ୟଶିଖାଙ୍କ ଯୋଗଦାନ

 ତିହିଡି : ଭଦ୍ରକ ଜିଲ୍ଲା ତିହିଡିରେ ନୂତନ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଭାବେ ସୂର୍ଯ୍ୟଶିଖା ମହାନ୍ତି ଯୋଗଦାନ କରିଥିବା ଜଣାଯାଇଛି । ଦୀର୍ଘଦିନ ଧରି ଭାରପ୍ରାପ୍ତ ବିଇଓଙ୍କ ହାତରେ ରହିଥିବା ଏହି ଶିକ୍ଷା ବିଭାଗ ସଂପ୍ରତି ନୂତନଙ୍କ ପାଇ ବେଶ ଖୁସିବ୍ୟକ୍ତ କରିଛନ୍ତି ବିଭିନ୍ନ ଶିକ୍ଷକ ସଂଘ । ସୂର୍ଯ୍ୟଶିଖା ମହାନ୍ତି ଜଣେ ଓଇଏସ ଅଫିସର । ବାଲେଶ୍ୱର ଜିଲା ସ୍କୁଲରେ ଦକ୍ଷତାର ସହ କାର୍ଯ୍ୟକରି ଲୋକପ୍ରିୟ ହୋଇଥିଲେ ।  ତିହିଡ଼ି ବ୍ଲକରେ ଥିବା ସ୍କୁଲର ସମସ୍ୟା ପ୍ରତି ଦୃଷ୍ଟି ଦେବା ସହିତ ସମସ୍ତଙ୍କ ସହଯୋଗରେ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ନୂତନ ବିଇଓ ସୂର୍ଯ୍ୟଶିଖାଙ୍କୁ ପ୍ରଥାମିକ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବ୍ଲକ ଶିକ୍ଷକ ସଂଘର ସଭାପତି ମୟାଧର ସାହୁ, ସମ୍ପାଦକ ରମାକାନ୍ତ ଦାସ, ସଂଗଠନ ସମ୍ପାଦକ ଶ୍ରୀନାଥ ମଲିକ, କାର୍ଯ୍ୟକାରୀ ସମ୍ପାଦକ ବଂଶୀଧର ଦାସ, ଜିଲା ସଂଗଠନ ସମ୍ପାଦକ ରୂପେଶ ସାହୁ, ଜିଲା କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ, ମନ୍ମଥ କୁମାର ଦାସ, ସରୋଜ କୁମାର ଦାସ, ସୁରେନ୍ଦ୍ର ପ୍ରସାଦ ଧଳ, ଧରଣୀଧର ଦାସ, ଦେବାଶିଷ ନାୟକ, ଦେବବ୍ରତ ଶତପଥି, ରାମପ୍ରସାଦ ବାରିକ, ଦୁଃଶାସନ ମହାକୁଡ଼, ସସ୍ମିତା ମଂଜରୀ ନାୟକ, ରେବତୀ ପଲାଇ, ରବିନ୍ଦ୍ର ମଲିକ, ଶତ୍ରୁଘନ ଜେନା, ଗୋପାଳ ଦାସ, ନରେନ୍ଦ୍ର ନାୟକ, ଶ୍ରୀକାନ୍ତ ପତି, ସଂଜୟ ମହାଳିକ, ଜୟପ୍ରକାଶ ମଲିକ, ତ୍ରିନାଥ ସେଠୀ, ଶିବବ୍ରତ ମିଶ୍ର, ଚନ୍ଦନ ପାତ୍ର, ସୁଶାନ୍ତ ସାହୁ, ଅଜୟ ସାହୁ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।