ନୂତନ ଶିକ୍ଷାଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

 କାକଟପୁର :  କାକଟପୁର ବ୍ଲକରେ ଗତ କିଛି ଦିନ ଧରି ହେବ ବ୍ଳକ ଶିକ୍ଷାଅଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ନୂତନ ଶିକ୍ଷାଅଧିକାରୀ ଭାବେ ରବିନ୍ଦ୍ର ନାଥ ନନ୍ଦ ମଙ୍ଗଳବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି  । ଇତ୍ୟ ଅବସରରେ କାକଟପୁର ବ୍ଳକ ମିଳିତ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ସମେତ ବ୍ଲକର ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟତ୍ରୀ, ସିଆରସିସି ସମୂହ, ବିଭିନ୍ନ ବିଦ୍ୟାଳୟର  ପ୍ରଧାନଶିକ୍ଷକ, ଶିକ୍ଷାବିଭାଗ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସମଗ୍ର ଶିକ୍ଷା ଅନ୍ତର୍ଗତ ଏମଆଇଏସ୍ କୋ-ଅଡିନେଟର, ଏକ୍ସକ୍ୟାଡର ଶିକ୍ଷକ ସଂଘ, ପାର୍ଟଟାଇମ୍ ଇନିସଟ୍ରକ୍ଟର ଶିକ୍ଷକ ସଂଘ, ଏନପିଏସ୍ ଶିକ୍ଷକ ସଂଘ, ବ୍ଲକ ଗ୍ରାଣ୍ଟ ଶିକ୍ଷକ ସଂଘ, ସ୍କିମାଟିକ ଶିକ୍ଷକ ସଂଘ ଓ ବ୍ଲକ ଓଷ୍ଟା ଶିକ୍ଷକ ସଂଘର ସଭାପତି, ସଂପାଦକ ମାନଙ୍କ ଉପସ୍ଥିତିରେ ଶିକ୍ଷାଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।  ଏହି କାର୍ଯ୍ୟକ୍ରମରେ  ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ଖୁଣ୍ଟିଆ, ପ୍ରଧାନଶିକ୍ଷକ ମୁନିର ଅହମ୍ମଦଖାଁ, ରକ୍ଷକ କୁମାର ସ୍ୱାଇଁ, ମନୋରଞ୍ଜନ ଆଚାର୍ଯ୍ୟ, ଶିକ୍ଷୟତ୍ରୀ ଦିପ୍ତୀ କୁମାରୀ ମହାନ୍ତି, ବିଷ୍ଣୁ ଚରଣ ମହାନ୍ତି, ତ୍ରିଲୋଚନ ବିଶ୍ୱାଳ, ଦେବାଶିଷ ପଣ୍ଡା, ଏକବାଲ ହୋସେନଖାଁ, ମୋକାରିବ ଖାଁ, ରାଜକିଶୋର ବେହେରା, ବିଚିତ୍ରାନନ୍ଦ ରାଉତ, ଗୋପାଳ କୃଷ୍ଣ ବାରିକ ପ୍ରମୁଖ ଶିକ୍ଷକ ସଙ୍ଘର ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ମାନେ  କାର୍ଯ୍ୟକ୍ରମରେ   ଉପସ୍ଥିତ ଥିଲେ ।