ନ୍ୟାୟ ଅପେକ୍ଷାରେ ନିରୀହ ଆଦିବାସୀ
ଝରୀଗାଁ : ଜମି ଦଲାଲ ଓ କିଛି ସ୍ୱାର୍ଥବାଦୀ ସରକାରୀ କର୍ମଚାରୀଙ୍କ ପାଇଁ ଆଜି ଶହ ଶହ ଆଦିବାସୀ ଜମି ଓ ସରକାରୀ ଜମି ବିକ୍ରିକରି ଦଲାଲ ଓ କିଛି ସ୍ୱାର୍ଥ ନିଷ୍ଟ ସରକାରୀ କର୍ମଚାରୀ । ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ କୁସୁମୀ ମୌଜାର ନିର୍ଦ୍ଧିଷ୍ଟ ଜମିର ରିଭିଜନ ପ୍ରତି ଅନିୟମିତତା ହୋଇଥିବା ନେଇ ମହଣ୍ଡି ଗ୍ରାମବାସୀ ଅଭିଯୋଗ କରିଥିଲେ । ଗ୍ରାମବାସୀ ଏ ବାବଦରେ ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ବାବଦରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏହାର ରିପୋର୍ଟ ଦେବା ନିମନ୍ତେ ଝରିଗାଁ ତହସିଲଦାର ରାଜସ୍ୱ ନିରୀକ୍ଷକଙ୍କୁ ଆଦେଶ ଦେଇଥିବା ବେଳେ ଆଜି ଉକ୍ତ ଜମିରେ ଚାଷ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହାର ବିରୋଧ କରିବା ପାଇଁ ମହଣ୍ଡି ଗ୍ରାମବାସୀ ଆସି ଟ୍ରାକ୍ଟରକୁ ବନ୍ଦ କରିବା ପାଇଁ କହିବା ବେଳକୁ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ଖବର ପାଇ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଅଟକ ରଖିଥିବା ସୂଚନା ମିଳିଛି । ତେବେ ଉକ୍ତ ଜମିକୁ ମହଣ୍ଡି ଗ୍ରାମର ଏକ ଆଦିବାସୀ ପରିବାର ପୂର୍ବ ପୁରୁଷ ଧରି ଜମିକୁ ନିଜ ଅକ୍ତିଆର ରଖିଥିବା ବେଳେ ୩ ବର୍ଷ ତଳେ ଜମି ରିଭିଜନ ନାଁରେ ରାସ୍ତା କଡର ସରକାରୀ ଜମିକୁ ଚଞ୍ଚକତା କରି ଅଣ ଆଦିବାସୀ ଙ୍କ ନାଁରେ ପଟ୍ଟା କରିଥିବା ଅଭିଯୋଗ କରିଛନ୍ତି ଆଦିବାସୀ ପରିବାର ଏବଂ ଗ୍ରାମବାସୀ । ତେବେ ଏ ସମ୍ପର୍କରେ ବାରମ୍ବାର ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି କହିଛନ୍ତି । ତେବେ ଜଣେ ଆଦିବାସୀ ପରିବାର ନାଁରେ ସରକାରୀ ଜମି ପଟ୍ଟା ହୋଇ ପାରିନଥିବା ବେଳେ କିପରି ଅଣ ଆଦିବାସୀ ଙ୍କ ନାଁରେ ପଟ୍ଟା ହେଲା ବୋଲି ପ୍ରଶ୍ନ ଉଠିଛି । ତେବେ ରିଭିଜନ ନାଁରେ ଜମି କଳେଙ୍କାରୀରେ ସିଧାସଳଖ ବିଭାଗୀୟ ସରକାରୀ କର୍ମଚାରୀ ଏବଂ କିଛି ଦଲାଲ ସମ୍ପୃକ୍ତ ଥିବା କହିଛନ୍ତି । ଏବେ ଆଦିବାସୀ ପରିବାର ଏବଂ ଗ୍ରାମବାସୀ ନିଜ ପୂର୍ବପୁରୁଷ ଅକ୍ତିଆର କରିଥିବା ଜମିକୁ ଛାଡିବାକୁ ନାରାଜ ଥିବା ବେଳେ ପ୍ରଶାସନ ପାଖରେ ନ୍ୟାୟ ମାଗୁଛନ୍ତି ।