ପକ୍ଷୀଙ୍କ ଗୋଡରେ ଲାଗିବ ଟ୍ରାନ୍ସମିଟର : ମନ୍ତ୍ରୀ
ଭୁବନେଶ୍ୱର : ବିଗତ ବର୍ଷ ପରି ଚଳିତବର୍ଷ ମଧ୍ୟ ପକ୍ଷୀଙ୍କ ଗୋଡରେ ଲାଗିବ ସାଟେଲାଇଟ୍ ଟ୍ରାନ୍ସମିଟର। ଗତଥର ଅପେକ୍ଷା ଏବର୍ଷ ୨୦ ପ୍ରକାର ପକ୍ଷୀଙ୍କ ଗୋଡ଼ରେ ବନ ବିଭାଗ ପକ୍ଷରୁ ଟ୍ରାନ୍ସମିଟର ଲଗାଯିବ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ବିଦେଶାଗତ ପକ୍ଷୀ ସବୁ କେଉଁଠୁ ଆସୁଛନ୍ତି ଜାଣିବା ସହ ଚଳିତ ବର୍ଷ ଶୀତ ପରେ ଗ୍ରେଟର ଫ୍ଲେମିଙ୍ଗୋ ପକ୍ଷୀ କୁଆଡେ ଯାଉଛନ୍ତି ତାହା ଜାଣିବା ପାଇଁ ଏ ନିଷ୍ପତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ୨୦୨୫ମସିହାରେ ଏହି ପ୍ରଜାତିର ଦୁଇଟି ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଯାଇଥିଲା । ପରେ ସେମାନେ ଚିଲିକାରୁ ଆନ୍ଧ୍ରର କୋଲେରୁ ହ୍ରଦକୁ ଯାଇଥିବା ଜଣାପଡ଼ିଥିଲା ।
Samir Kumar Rout