ପଛୁଆବର୍ଗ ପାଇଁ ୨୭ଭାଗ ସଂରକ୍ଷଣ ଲାଗୁକର
ଭୁବନେଶ୍ୱର : ସିପିଆଇ(ଏମ୍) କେବଳ ଉଚ୍ଚ ମାଧ୍ୟମିକ ଓ ଉଚ୍ଚ ଶିକ୍ଷାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗ (ଏସ୍ଇବିସି) ପାଇଁ ଘୋଷିତ ଶତକଡ଼ା ୧୧.୨୫ ଭାଗସ୍ଥାନ ସଂରକ୍ଷଣ ଏକ ବିକଳାଙ୍ଗ ଆରକ୍ଷଣ ବ୍ୟବସ୍ଥା ବୋଲି ସି.ପି.ଆଇ.(ଏମ୍) ରାଜ୍ୟ ସଂପାଦକ ମଣ୍ଡଳୀ କହିଛି । ମଣ୍ଡଳ କମିଶନ ସୁପାରିଶ ଆଧାରରେ ୧୯୯୦ ଓ ୨୦୦୬ରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଘୋଷିତ ନିଦେ୍ର୍ଦଶାନାମା ଏବଂ ୧୯୯୨ରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟର ଅବଲମ୍ବନରେ ଓଡ଼ିଶା ସରକାର ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗ ପାଇଁ ସଂରକ୍ଷଣ ନୀତି ନିର୍ଦ୍ଧାରଣ କରିବାକୁ ସି.ପି.ଆଇ.(ଏମ୍) ଦାବିକରୁଛି । କେବଳ ଉଚ୍ଚ ଶିକ୍ଷାକିମ୍ବା ଉଚ୍ଚ ମାଧ୍ୟମିକ ଶିକ୍ଷା ନୁହେଁ, ଇଞ୍ଜିନିୟରିଂ ଓ ମେଡ଼ିକାଲ ସମେତ ସମସ୍ତ ବୈଷୟିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨୭ଭାଗ ସ୍ଥାନ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ସି.ପି.ଆଇ.(ଏମ୍) ଦାବକରିଛି ।
ଏତଦ ବ୍ୟତୀତ ତଫସିଲ ଭୁକ୍ତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜନସଂଖ୍ୟା ହାର ଅନୁପାତରେ ମେଡ଼ିକାଲ, ଇଞ୍ଜିନିୟରିଂ ତଥା ଅନ୍ୟାନ୍ୟ ବୈଷୟିକ ଶିକ୍ଷାରେ ସଂରକ୍ଷଣ ଲାଗୁ କରିବା ପାଇଁ ସି.ପି.ଆଇ.(ଏମ୍) ଦାବିକରୁଛି । ୧୯୯୦ରେ ଭି.ପି. ସିଂହ ସରକାରଙ୍କ ଦ୍ୱାରା ଓବିସି ସଂରକ୍ଷଣ ଲାଗୁ ସମୟରେ ଓଡ଼ିଶା ସମେତ ସାରା ଦେଶରେ ଗେରୁଆ ବାହିନୀ ଥିଲା ଏହା ବିରୋଧରେ ସଂଗଠିତ ଛାତ୍ର ଆନେ୍ଦାଳନ ଏବଂ ଛାତ୍ର ଆତ୍ମାହୁତି ନାମରେ ଛାତ୍ରହତ୍ୟାର ପ୍ରମୁଖ ସଂଗଠକ । ୨୦୦୬ରେ ପୁଣିମନମୋହନ ସିଂ ସରକାର ବୈଷୟିକ ଶିକ୍ଷାନୁଷ୍ଠାନରେ ଓ.ବି.ସି. ସଂରକ୍ଷଣ ଲାଗୁ କରିବା ସମୟରେ ଏହିମାନେ ଥିଲେ ପରୋକ୍ଷ ଭାବେତା’ର ପୃଷ୍ଠପୋଷକ ।
ଓଡ଼ିଶାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗ ପାଇଁ ଶତକଡ଼ା ୧୧.୨୫ ଶତାଂଶ ସଂରକ୍ଷଣ ଲାଗୁ କରିବା ସମୟରେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ତାକୁ “ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା” ବୋଲି ଘୋଷଣା କରିଥିଲେ । ସରକାର ଲାଗୁ କରିଥିବା ଶତକଡ଼ା ୨୭ଭାଗ ସଂରକ୍ଷଣ ବିରୋଧରେ ଓଡ଼ିଶା ପ୍ରଶାସନିକ ଟ୍ରିବୁ୍ୟନାଲ ରାୟ ଦେବାରୁ ସରକାର ତାହା ବିରୋଧରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଏହି “ମଧ୍ୟବର୍ତ୍ତୀ କାଳୀନ ବ୍ୟବସ୍ଥା” ଲାଗୁ କରିଥିଲେ । ୨୭ଭାଗ ସଂରକ୍ଷଣ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ଆଇନଗତ ପଦକ୍ଷେପ ନେବାକୁ ସି.ପି.ଆଇ.(ଏମ୍) ରାଜ୍ୟ ସଂପାଦକ ମଣ୍ଡଳୀ ଦାବି କରୁଛି ।