ପଞ୍ଚମୁଖୀ ହନୁମାନଙ୍କ ବାର୍ଷିକୋତ୍ସବ 

ଯଖପୁରା: ଦାନଗଦୀ ବ୍ଲକ୍ ଅନ୍ତର୍ଗତ ମାଣତୀରା ପଞ୍ଚାୟତର ରାବଣା ଠାରେ ପଞ୍ଚମୁଖୀ ହନୁମାନଙ୍କ ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମହିଳା ମାନେ କଳସ କଳସ ଯାତ୍ରା କରି କେନ୍ଦୁଢିପ ଓ ରାବଣା ଗ୍ରାମ ପରିଭ୍ରମଣ କରିଥିଲେ । ପରେ ପ୍ରଭୁଙ୍କ ପୂଜାର ଯଥା ବିଧି ଅନୁଯାୟୀ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଥିଲା । ପ୍ରଥମେ କଳସ ପୂଜା,ସୂର୍ଯ୍ୟ ପୂଜା,ଗୋ ପୂଜା ହୋଇଥିଲା । ପରେ ପରେ ପ୍ରଭୁଙ୍କ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୁରୀର ସାତ୍ୱକି ବ୍ରାହ୍ମଣଙ୍କ ବେଦ ପାଠରେ ଯଜ୍ଞସ୍ଥଳ ପୁରି ଉଠିଥିଲା । କର୍ତ୍ତା ଭାବେ ସତ୍ୟନାରାୟଣ ରଥ ଓ ଇନ୍ଦୁମତୀ ରଥ ପୂଜାରେ ବସିଥିଲେ । ବାଜରଙ୍ଗୀଙ୍କ ପୂଜା ପାଠ ତିନି ଦିନ ଧରି ଚାଲିବ । ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି । ସମସ୍ତ ପୂଜା ପାଠର ଦାଇତ୍ୱ ଶ୍ୟାମସୁନ୍ଦର ରଥ ତତ୍ୱାବଧାନ କରିଥିଲେ ।