ପଦବୀ ପୂରଣ ପାଇଁ ନିବେଦନ
କେନ୍ଦ୍ରାପଡା : ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶସନ ସଚିବଙ୍କୁ ଏକ ଦାବିପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ରେ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ବାଟିକା ୩ ଖୋଲିଛନ୍ତି । ଶିକ୍ଷା ଅଧିକାରୀ ଆଇନ ୨୦୧୦ ମସିହାରେ ଅଷ୍ଟମ ଶ୍ରେଣୀ ଉଚ୍ଚ ବିଦ୍ୟାଳୟରୁ ଆଣିବା ପରେ ଓ ଶିଶୁ ବାଟିକା ୩ ଖୋଲିବା ପରେ ପ୍ରାଥମିକ ବିଦ୍ୟାଳୟ ରେ ବର୍ତମାନ ୨ଟି ଶ୍ରେଣୀ ବୃଦ୍ଧି ପାଇଛି । ଅପର ପକ୍ଷରେ ପ୍ରତି ମାସରେ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକ ମାନେ ଅବସର ନେଉଛନ୍ତି । ଫଳରେ ପ୍ରତ୍ୟେକ ବିଦ୍ୟାଳୟ ରେ ଶିକ୍ଷକଙ୍କ ସଂଖ୍ୟା କମି ଶିକ୍ଷକ ପଦବୀ ଖାଲି ପଡିଛି । ଏଥି ସହିତ ବିଦ୍ୟାଳୟରେ ଆବଶ୍ୟକୀୟ ଭୀତିଭୂମି ନାହିଁ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସରକାର ୟୁନିଫାଏଡ ଅଟୋମେଶନ ସିଷ୍ଟମ ପାଇଁ ମୋବାଇଲ କିମ୍ବା ଇଣ୍ଟରନେଟ ସୁବିଧା ଯୋଗାଇ ନାହାଁନ୍ତି । ତୁରନ୍ତ ଏହି ଅସୁବିଧା ଗୁଡିକୁ ପୁରଣ କରିବା ସହିତ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ କରିବା ପାଇଁ ସଂଘର ସଭାପତି ଦିବାକର ବାରିକ, ସଂପାଦକ ଅଜୟ କୁମାର ପୋଥାଳଙ୍କ ସହ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଦାବି କରିଛନ୍ତି ।