ପବ୍ଲିକ ପ୍ରୋସିକୁ୍ୟଟରଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ନୂଆପଡା : ନୂଆପଡା ଦୌରାଜଜ୍ଙ୍କ ଅଦାଲତରେ କାର୍ଯ୍ୟରତ ପବ୍ଲିକ ପ୍ରସିକୁ୍ୟଟର ବେଣୁଲାଲ ପ୍ରଧାନଙ୍କର ବରଗଡ଼ ଜିଲ୍ଲା ଡିପିପି ଭାବରେ ପ୍ରମୋସନ ହୋଇ ବଦଳି ହୋଇଯାଇଛି । ଏ ନେଇ ନୂଆପଡା ପ୍ରସୁ୍ୟକେସନ ଅଫିସରମାନଙ୍କ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବରିଷ୍ଠ ଏପିପି ଅଶୋକ ଦେବାଙ୍ଗନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅତିରିକ୍ତ ଏପିପି ବାଞ୍ଝାନିଧି ବେହେରା, କାର୍ତ୍ତିକେଶ୍ୱର ମହାରଣା ଏପିପି (କ୍ୟାଡ଼ର)ଆକମଲ ସରିଫ, ମନୋଜ ମେହେର, ରୁପେଶ ପ୍ରଧାନୀ, ଇନ୍ଦ୍ରଦୁ୍ୟମ୍ନ ମାଝୀ,ଏପିପି ଆଦିତ୍ୟ କୁମାର ମହାପାତ୍ର, ନରେନ୍ଦ୍ର ମେହେର, ଭରତ ବେହେରା, ପୁର୍ଣଚନ୍ଦ୍ର ସାହୁ, ଗଣେଶ ମେହେର, ଗୌତମ ନିଆଲ, ଷ୍ଟେନୋଗ୍ରାଫର ସୁଶ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପବ୍ଲିକ ପ୍ରୋସିକୁ୍ୟଟର ଶ୍ରୀଯୁକ୍ତ ପ୍ରଧାନଙ୍କ ବିଗତ ଦିନରେ ସରକାରୀ ଓକିଲମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଅଦାଲତରେ କେସ ପରିଚାଳନା ପାଇଁ କରି ଆସୁଥିବା ବିଭିନ୍ନ ପରାମର୍ଶ ଓ ସହାୟତାକୁ ସମସ୍ତେ ପ୍ରଶଂସା କରିଥିଲେ ।