ପରାକ୍ରମ ଶୋଭାଯାତ୍ରା
କୁଜଙ୍ଗ : ଭାରତୀୟ ସେନାର ଅପରେସନ ସିନ୍ଦୂରର ସଫଳତା ନେଇ କୁଜଙ୍ଗ ପଞ୍ଚାୟତ ପକ୍ଷରୁ ସରପଞ୍ଚ ବନ୍ଦିତା ଦାସଙ୍କ ତତ୍ତ୍ୱାବଧାନରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତହସିଲଦାର ସ୍ୱରୂପ ନନ୍ଦନ ବେହେରା, ବିଡିଓ ଦିପକ ପ୍ରସାଦ ସ୍ୱାଇଁ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ପ୍ରତିନିଧି ଦିଲ୍ଲିପ କୁମାର ବେହେରା, ଜିଲ୍ଲା ବିଜେପି ସମ୍ପାଦକ ତପନ କୁମାର ତ୍ରିପାଠୀ, ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ, ମହ୍ଲାସାହି ସରପଞ୍ଚ ଧୃବ ଚରଣ ନାୟକ, ବାଗୋଇ ସରପଞ୍ଚ ପ୍ରଭାଞ୍ଜଳୀ ସେଠୀ, ପଞ୍ଚାୟତ ସମିତି ସଭ୍ୟା ସସ୍ମିତା ନାୟକ,ମଣ୍ଡଳ ସଭାପତି ରଞ୍ଜନ ବାରିକ, ଯୁବ ନେତା ରାଜେନ୍ଦ୍ରନାରାୟଣ ଦାସ, ଦୁଷ୍ମନ୍ତନାଥ ଶର୍ମା, ଅକ୍ଷୟ ଦାସ ପ୍ରମୁଖ ଭାରତୀୟ ସେନାର ଅଦମ୍ୟ ସାହାସ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନତା କରିଥିଲେ । ଏହି ପରାକ୍ରମ ଶୋଭାଯାତ୍ରା କୁଜଙ୍ଗ କଲ୍ୟାଣ ମଣ୍ଡପରୁ ବାହାରି ଜଗନ୍ନାଥପୁର, ବଳରାମପୁର ଏବଂ କୁଜଙ୍ଗ ବଜାର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମକୁ ମନୋରଞ୍ଜନ ସ୍ୱାଇଁ, ଗିରିଧାରୀ ନାଥ, ବିଶ୍ୱନାଥ ନାୟକ, ସାରଙ୍ଗଧର ବେହେରା, ପ୍ରତାପ ବେହେରା, ନିର୍ବାହୀ ଅଧିକାରୀ ଦୁଃସାଶନ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ପଞ୍ଚାୟତର ସମସ୍ତ ଏମ୍ବିକେ, ସିଆରପି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଭାଜପା କର୍ମକର୍ତ୍ତା ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ।