‘ପରିଶ୍ରମ ହିଁ ସଫଳତାର ଚାବିକାଠି’ 

  ବଡ଼ସାହି : ସ୍ଥାନୀୟ ବଡ଼ସାହି ପଞ୍ଚାୟତ ସମିତି ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ପ୍ରଫେସର କୃପାସିନ୍ଧୁ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଦିବସରେ ବଡ଼ସାହି ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ  ମୁଖ୍ୟ ବକ୍ତା ଭାବେ କବି ପ୍ରଶାନ୍ତ କୁମାର ଦାସ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଧାମନଗର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପବିତ୍ର କୁମାର ପାଣିଗ୍ରାହୀ ଯୋଗ ଦେଇ କଠୋର ପରିଶ୍ରମ, ନିରବିଚ୍ଛିନ୍ନ ପ୍ରଚେଷ୍ଟା, ଶୃଙ୍ଖଳିତ ଜୀବନ ଶୈଳୀ ହିଁ ସଫଳତାର ଚାବିକାଠି ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟ ଛଳରେ ପରାମର୍ଶ ଦେଇଥିଲେ । ମଞ୍ଚାସୀନ ଅତିଥିଗଣ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଉଦ୍ଘାଟନ କରିଥିବାବେଳେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ବିନୋଦ କୁମାର ପରିଡ଼ା ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାଧ୍ୟାପକ ଫକୀର ଚରଣ ସାହୁ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଧୂମସା ପରିବେଷିତ ହୋଇଥିଲା । ପ୍ରାଧ୍ୟାପକ ଜୀବନ କୁମାର ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଦିବସରେ ଅର୍କେଷ୍ଟ୍ରା "ସଙ୍ଗୀତ ସୁଧାକର' ସଙ୍ଗୀତକୁ ତାଳେତାଳେ ଛାତ୍ରଛାତ୍ରୀମାନେ ବେଶ ଝୁମିଝୁମି ଉପଭୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଗଣ ସହଯୋଗ କରିଥିଲେ ।