ପର୍ଶୁରାମ ବାହିନୀର ବୈଠକ
ବଲାଙ୍ଗିର: ବଲାଙ୍ଗିର ପର୍ଶୁରାମ ବାହିନୀର ଆୟୋଜକ କମିଟି ବୈଠକ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶିବ ଶଙ୍କର ଖୁଆସ ସଭାପତିତ୍ୱ କରିଥିବାବେଳେ ପର୍ଶୁରାମ ଜନ୍ମୋତ୍ସବ କମିଟିର ଆବାହକ ସୁଧୀର ·ନ୍ଦ ଓ ପର୍ଶୁରାମ ବାହିନୀର ଓଡ଼ିଶା ରାଜ୍ୟ କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ଆ·ର୍ଯ୍ୟ ସଭା ପରି·ଳନା କରିଥିଲେ । ସଭାପତି ମଣ୍ଡଳି ଗତ ଏପ୍ରିଲ୍ ୨୯ ତାରିଖରେ ହୋଇଥିବା ଶୋଭାଯାତ୍ରା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବରିଷ୍ଠ ସଦସ୍ୟ ଶ୍ରୀକର ମିଶ୍ର ବ୍ରାହ୍ମଣ ସମାଜର ବିଭିନ୍ନ ଦିଗ ଉପରେ ସୂଚନା ଦେଇଥିଲେ । ଏଥିରେ ଆୟବ୍ୟୟ ସମେତ ଆନୁସଙ୍ଗିକ ଆସବାବପତ୍ର କିଣା ନେଇ ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା । ଏବଂ ବଳକା ପାଣ୍ଠିରେ ଜିଲ୍ଲା ବ୍ରାହ୍ମଣ ସମାଜ ଓ ପର୍ଶୁରାମ ବାହିନୀର ଏକ ସ୍ୱତନ୍ତ୍ର ଜମାଖାତା ଖୋଲିବା ପାଇଁ ସମ୍ମତି ପ୍ରକାଶ ପାଇଥିଲା । ପ୍ରସ୍ତାବିତ ପର୍ଶୁରାମ କଲ୍ୟାଣ ମଣ୍ଡପ ଠାରେ ଏକ ଅସ୍ଥାୟୀ ଘର ଓ ପତାକା ବେଦୀ ସୁରକ୍ଷା ଦୃଷ୍ଟିରୁ କରିବାକୁ ଅନୁମୋଦନ କରାଯାଇଥିଲା । ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟ ଯଥା ପର୍ଶୁରାମ ଛକ ପାଇଁ ମୂର୍ତ୍ତି ନିର୍ମାଣ, ପ୍ରସ୍ତାବିତ ପର୍ଶୁରାମ କଲ୍ୟାଣ ମଣ୍ଡପ ପାଇଁ ଜମି ସମନ୍ଧୀୟ କାର୍ଯ୍ୟ ଓ ଆଗାମୀ ଜନ୍ମୋତ୍ସବ ଇତ୍ୟାଦି କାର୍ଯ୍ୟକ୍ରମ କରାଇବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏଥିରେ ନରେନ୍ଦ୍ର ଆ·ର୍ଯ୍ୟ, କିଶୋର ପୁରୋହିତ, ସୁଧୀର ତ୍ରିପାଠୀ, ବିଧୂ ଭୂଷଣ ତ୍ରିପାଠୀ, ରାଜେଶ ପଣ୍ଡା, ସର୍ଜନ ଆ·ର୍ଯ୍ୟ, ସୁରେଶ ମିଶ୍ର, ସନ୍ତୋଷ ତ୍ରିପାଠୀ, ଜଗଦୀଶ ନାଥ, ରଞ୍ଜିତା ପାଣିଗ୍ରାହୀ, ନିହାରିକା ମିଶ୍ର ଓ ରାଜଶ୍ରୀ ତ୍ରିପାଠୀ, କସ୍ତୁରୀ ରଥ, ସାଗରିକା ଗୁରୁଙ୍କୁ ସଦସ୍ୟ ରୂପେ ମନୋନୀତ କରାଯାଇଛି । ଶେଷରେ କିଶୋର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।