ପହିଲାରୁ ବସ୍‌ ଧର୍ମଘଟ ! : ପୁଲିସକୁ ଗାଡ଼ି ଯାଞ୍ଚ କ୍ଷମତାକୁ ବିରୋଧ

ପହିଲାରୁ ବସ୍‌ ଧର୍ମଘଟ ! : ପୁଲିସକୁ ଗାଡ଼ି ଯାଞ୍ଚ କ୍ଷମତାକୁ ବିରୋଧ

କଟକ : ଡିସେମ୍ବର ୧ ତାରିଖରୁ ବସ୍‌ ଧର୍ମଘଟ ଚେତାବନୀ । ରାଜ୍ୟ ଘରୋଇ ବସ ମାଲିକ ସଂଘ ଏଭଳି ଚେତାବନୀ ଦେଇଛି । ପୁଲିସକୁ ଗାଡ଼ି କାଗଜପତ୍ର ଯାଞ୍ଚ ପାଇଁ ଏମଭିଆଇ କ୍ଷମତା ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଏଭଳି ଚେତାବନୀ ଦେଇଛି । ଯଦି ସରକାର ଆସନ୍ତା ୧ ତାରିଖରୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି, ତେବେ ଡିସେମ୍ବର ୧ରୁ ସମସ୍ତ ଗାଡ଼ି ଚଳାଚଳ ବନ୍ଦ କରାଯିବ ବୋଲି ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ବସ୍‌ ମାଲିକ ସଂଘ ସହ ଟ୍ରକ ମାଲିକ ସଂଘଗୁଡ଼ିକ ମଧ୍ୟ ଏହି ଧର୍ମଘଟରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଘରୋଇ ବସ୍‌ ମାଲିକ ସଂଘର ଏହି ନିଷ୍ପତ୍ତି ସଂପର୍କରେ ସରକାରଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।