ପାଖରୀରୁ ହରିଣ ଉଦ୍ଧାର
ରାଜନଗର : ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ନୂଆଗାଁ ଗ୍ରାମର ଦିଲ୍ଲୀପ କୁମାର ରାଉତଙ୍କ ପୋଖରୀରୁ ଜୀବନ୍ତ ହରିଣକୁ ଉଦ୍ଧାର କରାଯାଇଛି । ସୋମବାର ସକାଳୁ କିଛି ବୁଲା କୁକୁର ହରିଣକୁ ଗୋଡାଇଥିଲେ । ହରିଣଟି ଭୟରେ ଦିଲ୍ଲୀପଙ୍କ ପୋଖରୀ ପାଣି ଭିତରେ ପଶି ରହିଥିଲା । ଦିଲ୍ଲୀପ ବନବିଭାଗକୁ ଖବର ଦେବା ପରେ ରାଜନଗର ରେଞ୍ଜ ପକ୍ଷରୁ ଫରେଷ୍ଟର ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ବନବିଭାଗର ଏକ ଦଳ ହରିଣଟିକୁ ଉଦ୍ଧାର କରି ଭିତରକନିକା ଜାତୀୟ ଉଦ୍ୟାନର ପେଣ୍ଠ-ବରୁଣେଇ ନିକଟ ଦୋବନ୍ଧିରେ ଛାଡି ଦେଇଥିଲେ । ଏନେଇ ଫରେଷ୍ଟର ଶ୍ରୀ ପାତ୍ରଙ୍କୁ ପଚାରିବାରୁ ଭିତରକନିକା ଜାତୀୟ ଉଦ୍ୟାନରୁ ପୁରୁଷ ହରିଣଟି ରାତିରେ ଜଙ୍ଗଲ ଭିତରୁ ବାହାରି ଜନବସତିକୁ ଚାଲି ଆସିଥିବାରୁ କୁକୁର ଗୋଡାଇବାରୁ ସେ ଭୟରେ ପୋଖରୀ ଭିତରକୁ ପଶି ଯାଇଥିଲା । ହରିଣ ଆହତ ହୋଇନଥିବା ସୂଚନା ଦେଇଛନ୍ତି ।