ପାଣି ଘେରରେ ୱାର୍ଡବାସୀ 

 ଭଦ୍ରକ : ଲଗାଣ ବର୍ଷା କାଲିଠୁଁ ଲାଗି ରହିଛି । ଅନବରତ ଢାଳୁଛି । ବିଭିନ୍ନ ସ୍ଥାନରେ ବର୍ଷାପାଣି ଜମି ରହିବା ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ବହୁ ପୁରୁଣା ହୋଇଥିଲେ ବି ଲୋକଙ୍କ ଅବସ୍ଥା ସୁଧୁରି ପାରୁନାହିଁ । ଏହି ପରିପ୍ରେକ୍ଷୀରେ ଭଦ୍ରକ ସହରାଞ୍ଚଳରେ ବିଭିନ୍ନ ୱାର୍ଡÿ ଏବଂ ରାସ୍ତା ପାଖରେ ଥିବା ଘର ମାନଙ୍କରେ ମଧ୍ୟ ପାଣି ପଶି ଯାଉଛି । ଏପରି ବିଭିନ୍ନ ଅଭିଯୋଗ ଗଣମାଧ୍ୟମରେ ଆସୁଥିବା ବେଳେ ସାମାଜିକ ଗଣମାଧ୍ୟମରେ ଲୋକଙ୍କ କଥା ଭାଇରାଲ ହେବାରେ ଲାଗିଛି । ଏଥିନେଇ ଭଦ୍ରକ ଚରମ୍ପା ଷ୍ଟେସନ ପାଖ ୪ନଂ ୱାର୍ଡÿରେ ବାସୁଳିପଦା ଗାଁ ପାଖରେ ଗତ କାଲିଠାରୁ ପାଣିରେ ସବୁ ବୁଡ଼ି ଯାଇଛି । ବାସିନ୍ଦାମାନେ ତାଙ୍କ ଘରୁ ବାହାରି ପାରୁ ନଥିବା ବାରମ୍ବାର ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନେ ଏହି ୪ନଂ ୱାର୍ଡକୁ ଜନ ପ୍ରତିନିଧି ବିଧାୟକ ସାଂସଦ କିମ୍ବା ଅଧିକାରୀ କେହି ଦେଖୁ ନଥିବା ଲୋକଙ୍କ କଥା ବୁଝୁ ନଥିବା କହିଛନ୍ତି  । ବିଶେଷ କରି ଏହି ୪ନଂ ୱାର୍ଡଟି ମାମଲା ଚାଲିଥିବା ଯୋଗୁଁ ନିର୍ବାଚନ ହୋଇ ପାରୁନଥିବାରୁ ୱାର୍ଡÿର କେହି କାଉନସିଲର ନାହାନ୍ତି । ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ସେମାନେ ଭୋଟ ଦେଇଥିଲେ ମଧ୍ୟ ଏବେର ବିଧାୟକ ସେମାନଙ୍କ କଥା ଶୁଣିବା ପାଇଁ ଏହି ଜଳ ସମସ୍ୟା ସମାଧାନ କରିବାକୁ ଦାବି ଜଣାଇଛନ୍ତି ।