ପାଣି ଟାଙ୍କି ନିକଟରେ ଧାରଣା ଦେଲେ ଗ୍ରାମବାସୀ
କେନ୍ଦ୍ରାପଡା : ମାର୍ଶାଘାଇ ବ୍ଲକ୍ ତାଳସଙ୍ଗା ଗ୍ରାମ ଚିତ୍ରତ୍ପୋଳା ନଦୀରୁ ମହାକାଳପଡ଼ା ଅଞ୍ଚଳକୁ ମଧୁର ପାନୀୟ ଜଳ ଯୋଗାଣ ହେଉଛି । ହେଲେ ବିଡମ୍ବନାର ବିଷୟ ତାଳସଙ୍ଗା ପଞ୍ଚାୟତ ତଥା ନିଜର ଗାଁ ଲୋକେ ପିଇବା ପାଇଁ ପାଣି ଟୋପେ ପାଇପାରୁ ନାହାନ୍ତି । ସେଥିପାଇଁ ଆଜି ପାଣି ଟାଙ୍କି ନିକଟରେ ତାଳସଙ୍ଗା ଗ୍ରାମର ଗ୍ରାମବାସୀମାନେ ପ୍ରତିବାଦ କରି ଧାରଣା ଦେଇଥିଲେ । ଏହା ସହ ଏହି ପାନୀୟ ଜଳ ପ୍ରକଳ୍ପରେ ତାଲା ପକାଇଥିଲେ । ବାରମ୍ବାର ପ୍ରତିବାଦ କଲେ ମଧ୍ୟ ପ୍ରଶାସନ ଶୁଣିବାକୁ ନାରାଜ । ତାଳସଙ୍ଗା ଗ୍ରାମରେ ବସୁଧା ଯୋଜନାରେ ଏହି ପ୍ରକଳ୍ପରେ ୨୪୧ କୋଟି ଟଙ୍କାରେ ନିର୍ମିତ ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ୪ବର୍ଷ ଧରି ଚାଲୁ ରହିଛି । ତଥାପି ତଳସଙ୍ଗା ଗ୍ରାମ ପଞ୍ଚାୟତକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ମିଳି ପାରିଲା ନାହିଁ । ଯେ ପର୍ଯ୍ୟନ୍ତ ତଳସଙ୍ଗା ଗ୍ରାମକୁ ପାନୀୟ ଜଳ ଯୋଗାଣ ନ ହୋଇଛି ସେ ପର୍ଯ୍ୟନ୍ତ ଏହି ପାନୀୟ ଜଳ ପ୍ରକଳ୍ପରେ ତାଲା ପଡି ରହିବ ବୋଲି ଆନେ୍ଦାଳନକାରୀମାନେ ଚେତାବନୀ ଦେଇଛନ୍ତି ।