ପାଣ୍ଡରା ଛକରେ ଫାଟିଲା ଗ୍ୟାସ୍ ସିଲିଣ୍ଡର ; ଜଳିଗଲା ୬ ଦୋକାନ


  ଭୁବନେଶ୍ୱର, ୧୬ା୫ : ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ; ଫାଟିଲା ୨ଟି ଗ୍ୟାସ ସିଲିଣ୍ଡର, ଜଳିଗଲା ୬ ଦୋକାନ । ପ୍ରଥମେ ଏକ ଫାଷ୍ଟ ଫୁଡ୍ ଦୋକାନରେ ସର୍ଟସର୍କିଟରୁ ନିଆଁ ଲାଗିଥିଲା । ପରେ ଦୁଇଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ଅଗ୍ନିକାଣ୍ଡ ବ୍ୟାପକ ରୂପ ଧାରଣ କରିଥିଲା ।
ସୂଚନାଯୋଗ୍ୟଯେ, ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପାଣ୍ଡରା ଛକ ନିକଟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଗୋଟିଏ ବାଇକ୍ ମଧ୍ୟ ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ପ୍ରଥମେ ଏକ ଫାଷ୍ଟ ଫୁଡ୍ ଦୋକାନରେ ସର୍ଟସର୍କିଟରୁ ନିଅାଁ ଲାଗିଥିଲା । ପରେ ଦୁଇଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ଅଗ୍ନିକାଣ୍ଡ ବ୍ୟାପକ ରୂପ ଧାରଣ କରିଥିଲା । ଖବର ପାଇ ପୁଲିସ ଏବଂ ଅଗ୍ନିଶମ ବାହିନୀ ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ବେଶ୍ ପରିଶ୍ରମ କରିଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ ଏଥିରେ କେତେ ମାତ୍ରାରେ କ୍ଷୟକ୍ଷତି ହୋଇଛି ସେନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ ।