ପାରାଦୀପରେ"କଳିଙ୍ଗ ସାମୁଦ୍ରିକ ସଂଗ୍ରହାଳୟ’ପ୍ରକଳ୍ପ ଶିଳାନ୍ୟାସ 

 ପାରାଦୀପ: ସାମୁଦ୍ରିକ ଏ୍ୟ÷ତିହ୍ୟ ସଂରକ୍ଷଣକୁ  ଉଜ୍ଜିବୀତ କରି ରଖିବା  ପାଇଁ  ଉଦ୍ଦିଷ୍ଟ ଏକ ଏ୍ୟ÷ତିହାସିକ  ଅଭିନବ ପ୍ରକଳ୍ପ “କଳିଙ୍ଗ ସାମୁଦ୍ରିକ ସଂଗ୍ରହଳାୟ’’କୁ   ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ.ହରାନାଦ୍  ଶୁକ୍ରବାର ଆଜି  ଶିଳାନ୍ୟାସ କରିବା ପରେ ନିର୍ମାଣକାର୍ଯ୍ୟ ଶୁଭାରମ୍ଭ ହୋଇଛି  । ଏହି ପରିପ୍ରେକ୍ଷୀରେ  ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଆୟୋଜିତ ଉତ୍ସବରେ ବନ୍ଦରର ଅଧ୍ୟକ୍ଷ  ହରନାଦଙ୍କ ସମେତ ୍ପାରାଦୀପ ବନ୍ଦର ପ୍ରାଧିକରଣ, ଭାରତୀୟ  ବନ୍ଦର ରେଳ ଓ ରୋପୱେ କର୍ପୋରେସନ ଲିମିଟେଡ (ଆଇପିଆରସିଏଲ)ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ  ଥିଲେ  । କଳିଙ୍ଗ ସାମୁଦ୍ରିକ ସଂଗ୍ରହାଳୟକୁ  ସ୍ଥାପତ୍ୟ ନବସୃଜନ ଓ ଜଳବାୟୁ ସ୍ଥିରତା ଉଭୟର ପ୍ରମାଣସ୍ୱରୂପ ଡିଜାଇନ (ନକ୍ସା)  କରାଯାଇଛି  । ଏହା ଅନନ୍ୟ ମାଛ ଆକୃତିର ଗଠନ ସମୁଦ୍ର ଆଡକୁ ମୁହାଁଇବା ରଣନୀତିକ  ଭାବରେ ପ୍ରାକୃତିକ ପବନ ପ୍ରବାହକୁ ଏହାର ଶରୀର  ସହିତ ଲାଞ୍ଜ ପର୍ଯ୍ୟନ୍ତ ପରିଚାଳିତ  କରିବ,ଯାହା ଏହି ଉପକୂଳ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ  । ଓଡିଶାର ବିବିଧ ଜଳବାୟୁ  ପରିସ୍ଥିତିକୁ ସହ୍ୟ କରିବା ପାଇଁ ଇଞ୍ଜିନିୟର୍ଡ ହୋଇଥିବା  ଏହି ସଂଗ୍ରହଳାୟ ୮୦ ରୁ ୪୫୦ ସେଲସିୟମ୍ ପର୍ଯ୍ୟନ୍ତ ତାପମାତ୍ରାର ଚରମ ସୀମାକୁ  ପରିଚାଳନା କରିବା ପାଇଁ  ଯଥେଷ୍ଟ ସୁଦୃଢ଼ ହେବ  ।   ଏହି  ଯୁଗାନ୍ତକାରୀ  ପଦକ୍ଷେପ ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ପାଇଁ  ଏକ ଗୁରୁତ୍ୱପୂର୍ଣ୍ଣ  ମାଇଲଖୁଂଟ,ସାମୁଦ୍ରିକ ଏ୍ୟ÷ତିହ୍ୟ  ସଂରକ୍ଷଣ ଓ ସ୍ମାର୍ଟ ବନ୍ଦର  ବିକାଶରେ  ଯୋଗଦାନ ପ୍ରତି ଏହାର ପ୍ରତିବଦ୍ଧତା ପ୍ରତିପାଦିତ କରୁଛି  । କଳିଙ୍ଗ ସାମୁଦ୍ରିକ ସଂଗ୍ରହଳାୟ ଏକ ପ୍ରମୂଖ ସାଂସ୍କୃତିକ ଓ ଶିକ୍ଷାଗତ ସ୍ଥଳ ହେବାକୁ ଯାଉଛି  ।