ପାରା କ୍ରୀଡାବିତ୍ଙ୍କୁ ସ୍କୁଟର ପ୍ରଦାନ 

 କେନ୍ଦ୍ରାପଡ଼ା:  କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ଅନୁଷ୍ଠାନ ‘ପୁନର୍ବାସ' ପକ୍ଷରୁ ଚଳନଶକ୍ତି ବାଧିତ ଡେରାବିଶ ବ୍ଲକ୍ ହରିଅଙ୍କ ଗ୍ରାମର ପାରାକ୍ରୀଡାବିତ୍ ବଲରାମ ସ୍ୱାଇଁଙ୍କୁ ବ୍ୟାଟେରୀ ସ୍କୁଟି ପ୍ରଦାନ କରାଯାଇଛି  । ପୁନର୍ବାସ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଏହାକୁ ପ୍ରଦାନ କରିଥିଲେ । ଅନୁଷ୍ଠାନ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତଅତିଥି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୁପଲି ପ୍ରିୟ ଦର୍ଶନି ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ପୌର ସଭ୍ୟା ରଶ୍ମିତା ସିଂ ପ୍ରମୁଖ ଯୋଗ ଦେଇ କେବଳ ସରକାରୀ ସ୍ତରରେ ଭିନ୍ନକ୍ଷମ ମାନଙ୍କୁ ସହାୟତାକୁ ସୀମିତ ନ ରଖି  ସମାଜର ସବୁ ବର୍ଗ ଏ ଦିଗରେ ପ୍ରୟାସ କଲେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇ ପାରିବେ ବୋଲି ମତପ୍ରକାଶ କରିଥିଲେ । ପୁନର୍ବାସର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଚନ୍ଦ୍ରମଣି ମଲିକ, ସ୍ୱପ୍ନାଂଶୁ ଦାସ, ନୃସିଂହ ଚରଣ ତ୍ରିପାଠୀ, ପ୍ରମୋଦ ସେଠୀ, ମନୋଜ ବିଶ୍ୱାଳ, ମିହିର ରଞ୍ଜନ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ପୁନର୍ବାସ ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।