ପାରିବେଶିକ ସନ୍ତୁଳନ ଓ ଜୀବସତ୍ତା
ମୀରା ବେଉରା : ବିଜ୍ଞାନର ଆଶ୍ଚର୍ଯ୍ୟ ଜନିତ ଅଗ୍ରଗତି ଯଦିଓ ମନୁଷ୍ୟ ସମାଜକୁ ସବୁ ସୁଖ ସୁବିଧା ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନଶୈଳୀ ଯୋଗାଇଛି, ତଥାପି ଯଦି ଏହି ପୃଥିବୀରେ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ଭିତରେ ପ୍ରାକୃତିକ ଭାରସାମ୍ୟ ନରହେ ତେବେ ଉଭୟ ମନୁଷ୍ୟ, ଜୀବଜନ୍ତ୍ୁ ଓ ବୃକ୍ଷଲତା ପ୍ରତି ଭୟଙ୍କର ବିପଦ ସୃଷ୍ଟି ହେବ । ବିଜ୍ଞାନର ଗୋଟିଏ ଦିଗ ଆଶୀର୍ବାଦ ହେଲେ ଅନ୍ୟଟି ଅଭିଶାପ ସହିତ ଜଡ଼ିତ, ଏଥିରେ ସନେ୍ଦହ ନାହିଁ । ଗୋଟିଏ ପଟରେ ଆମେ ଚନ୍ଦ୍ର ପୃଷ୍ଠରେ ପାଦ ଥାପି ଗର୍ବରେ ଫାଟି ପଡ଼ୁଥିବା ବେଳେ ଆଉ ଗୋଟିଏ ପଟେ ସେହି ପ୍ରକୃତିରୁ ସୃଷ୍ଟି ହୋଇ ମଣିଷ ପ୍ରକୃତି ମା’ ପ୍ରତି ବାରମ୍ବାର ଅତ୍ୟାଚାର କରି ଚାଲିଛି । ସେ ପ୍ରକୃତି ମା’ ବି ଆଉ କେତେ ସହିବ? ଆଜି ପ୍ରକୃତିକୁ ସଂପୂର୍ଣ୍ଣ ଧ୍ୱଂସ କରିବାକୁ ଯେମିତି ଏ ଆଧୁନିକ ମଣିଷ ପ୍ରତିଶ୍ରୁତିବଦ୍ଧ ହୋଇଛି । ଏ ଆଧୁନିକ ମଣିଷ ଭୁଲି ଯାଉଛି ଯେ ମଣିଷ ଜୀବନ ଗଢ଼ା ହୁଏ ପଞ୍ଚଭୂତରୁ । ମାଟି, ପାଣି, ପବନ, ଜଳ ଓ ଅଗ୍ନିରୁ । ପୃଥିବୀକୁ ଘେରି ରହଥିବା ଏହି ପଞ୍ଚଭୂତ ହିଁ ପରିବେଶ । ଆମ ପରିବେଶର ପ୍ରତ୍ୟେକଟି ଉପାଦାନର ବଳିଷ୍ଠ ଭୂମିକା ରହିଛି । ଯେମିତିକି ମାଟି କୁହେ କୁମ୍ଭାରକୁ, “ତୁ ମୋତେ କଣ ଚକଟିବୁ, ମୁଁ ତତେ ଦିନେ ମୋ ଗର୍ଭରେ ରୁନ୍ଧିଦେବି । ମୋ ସହ ଦିନେ ତୁ ବି ମିଶିଯିବୁ ।”
ଆଜି ପ୍ରକୃତିର ଭାରସାମ୍ୟ ନ ରହିବାରୁ ଏ ଆଧୁନିକ ପୃଥିବୀରେ ପରିବେଶ ସୁରକ୍ଷା ପରି ଏକ ଗୁରୁତର ପ୍ରଶ୍ନ ଆମ ସମ୍ମୁଖରେ ଦେଖା ଦେଇଛି । କେବଳ ବାୟୁ ମଣ୍ଡଳ ନୁହେଁ ସାମାଜିକ, ସାଂସ୍କୃତିକ, ବୋ÷ଦ୍ଧିକ, ଆଧ୍ୟାତ୍ମିକ, ରାଜନୈତିକ, ଶିକ୍ଷାଗତ କ୍ଷେତ୍ରରେ ମଧ୍ୟ ଧୀରେ ଧୀରେ ମାନବିକ ମୂଲ୍ୟବୋଧ ହ୍ରାସପାଇ ପ୍ରଗତି ସହ ପ୍ରଦୂଷଣ ମଧ୍ୟ ଆମ ଭୋ÷ଗୋଳିକ ଓ ସମାଜିକ ଜୀବନକୁ ଅଣନିଃଶ୍ୱାସୀ କରି ପକାଇଛି କହିଲେ ଭୁଲ ହେବନାହିଁ । ପ୍ରଦୂଷଣ ମୁକ୍ତ ସମାଜର ଆବଶ୍ୟକତା ଅନୁଭବ କରି ଆଜି ପରିବେଶ ବିଜ୍ଞାନୀମାନେ ବାରମ୍ବାର ଭୋଗବାଦ ଆଡ଼କୁ ମୁହାଁଇଥିବା ମଣିଷକୁ ସଚେତନ କରୁଛନ୍ତି । ଏହି ପ୍ରଦୂଷଣ ହିଁ ପୃଥିବୀ ଧ୍ୱଂସର କାରଣ ହେବ, ଯାହା କର୍କଟ ବ୍ୟାଧି ଠାରୁ ମଧ୍ୟ ଆହୁରି ଭୟଙ୍କର । ଦିନେ ଈଶ୍ୱର ମଣିଷକୁ ଦିବ୍ୟ ପ୍ରାଣୀ ଭାବେ ସୃଷ୍ଟି କରିଥିଲେ । ସେଇଥିପାଇଁ କୁହାଯାଉଥିଲା:
“ମଣିଷ ଦେହେ ଦିବ୍ୟଜ୍ଞାନ
ଦେଖି ସନ୍ତୋଷ ଭଗବାନ ।ା”
ଆଜିର ବିଜ୍ଞାନ ମଣିଷକୁ ଅମରତ୍ୱ ପ୍ରଦାନ କରି ଅମୃତର ସନ୍ଧାନ ଦେଉ ଦେଉ ଏ ସମଗ୍ର ପୃଥିବୀ ଆଜି ହଳାହଳ ବିଷରେ ପରିଣତ ହେଉଛି । ପୃଥିବୀରେ ୧୯୮ଟି ଦେଶର ଲୋକମାନେ ଯଦିଓ ବିଜ୍ଞାନର ଉପକାରିତାର ଆନନ୍ଦରେ ଆନନ୍ଦିତ କିନ୍ତୁ ଏହାର ଅପକାରିତା ଭୟରେ କିନ୍ତୁ ଆଜି ଥରୁଛନ୍ତି । ପ୍ରକୃତିକୁ ଆମେ ଏକବିଂଶ ଶତାବ୍ଦୀର ମଣିଷ ଆଜି ଆଉ ଆମମାନଙ୍କ ଭଳି ସମ୍ମାନ ଦେଇ ପୂଜା କରୁନାହୁଁ । ସହର, ଗାଁ, ଜଙ୍ଗଲ, ସ୍କୁଲ, କଲେଜ, କାର୍ଯ୍ୟାଳୟ, ଅଫିସ, ରେଳଷ୍ଟେସନ, ବସ୍ଷ୍ଟେସନ, ନଦୀ, ପୋଖରୀ, ହ୍ରଦ ଆଦି ସବୁ ଆଜି ପ୍ରଦୂଷିତ । ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀ ସହରର ତାପମାତ୍ରା ଆଜି ୫୨ ଡିଗ୍ରୀ ସେଲସିଅସରେ ରହି ଆଜି ସବୁଠାରୁ ଉତ୍ତପ୍ତ ନଗରୀ ରୂପେ ଗଣା ଯାଉଛି । ଋତୁଚକ୍ରରେ ଆଜି ଘୋର ଅନିୟମିତତା । କେବଳ ଭାରତ ନୁହେଁ, ପୃଥିବୀର ପ୍ରାୟତଃ ମରୁ ଅଞ୍ଚଳ- ଆଫ୍ରିକା, ଅଷ୍ଟ୍ରେଲିଆ ଠାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ ସବୁଆଡ଼େ ଜଳବାୟୁରେ ବିରାଟ ପରିବର୍ତ୍ତନ ଦେଖାଯାଉଛି । ଏ ପୃଥିବୀ ଉତ୍ତପ୍ତ କାହିଁକି? ଯଦି ଏ ପ୍ରଶ୍ନର ଉତ୍ତର ଖୋଜିବା ତେବେ ଏହାର ସହଜ ସରଳ ଉତ୍ତର ହେଲା ସବୁଠାରୁ ବିବେକୀ, ସଭ୍ୟ, ବିଜ୍ଞ ବୋଲାଉଥିବା ଆଧୁନିକ ମଣିଷ ହିଁ ଏଥିପାଇଁ ପ୍ରଥମେ ଦାୟୀ । ଏହି ଆଧୁନିକ ମଣିଷର ଜୀବନଶୈଳୀ ହିଁ ଆମର ସବୁଜ ସୁନ୍ଦର ପୃଥିବୀକୁ ଧ୍ୱଂସ ସ୍ତୁପରେ ପରିଣତ କରି ଦେଉଛି । ହେଲେ ଏ ଆଧୁନିକ ମଣିଷ କଦାପି ବିସ୍ମରି ଯିବା ଉଚିତ ନୁହେଁ ଯେ ପୃଥିବୀ ହୁଏତ ଆଉ କିଛି ବର୍ଷ ବଞ୍ଚôଯିବ କିନ୍ତୁ ଆମଭଳି ସଭ୍ୟ ମଣିଷ, ଜୀବଜନ୍ତୁ, ଉଦ୍ଭିଦରାଶି ସଂପୂର୍ଣ୍ଣ ବିଲୁପ୍ତ ହୋଇଯିବେ, ୭୦୦ କୋଟିରୁ ଊଦ୍ଧ୍ୱର୍ ଲୋକଙ୍କର ଆବଶ୍ୟକତାକୁ ପୂରଣ କରିବାକୁ ଆମର ଏହି ଧରିତ୍ରୀ ମା’ ଆଉ ସକ୍ଷମ ହୋଇ ପାରୁନାହିଁ । ଏ ପୃଥିବୀ ଏ ମଣିଷଜାତିକୁ ଆଉ ବା କେତେଦିନ ବଞ୍ଚେଇ ରଖିବ?” ପ୍ରତି ମୁହୂର୍ତ୍ତରେ ଆମକୁ ଏ ପ୍ରଶ୍ନ ଘାରୁଛି ଏବଂ ଭୟଭୀତ କରୁଛି ମଧ୍ୟ ।
ଏଇଠି ମନେ ପଡ଼େ ବୈଜ୍ଞାନିକ ଷ୍ଟିଫେନ ହକିନ୍ସଙ୍କ କଥା । ସେ କହିଥିଲେ, “ଆଧୁନିକ ମଣିଷ ଖୁବ୍ ଶୀଘ୍ର ନିଜପାଇଁ ବିଶ୍ୱ ବ୍ରହ୍ମାଣ୍ଡର ଆଉ ଗୋଟିଏ ଗ୍ରହ ଯୋଗାଡ଼ କରୁ । ଯଦି ପୃଥିବୀ ଧ୍ୱଂସ ହେବାପୂର୍ବରୁ ଆମେ ସଚେତନ ନ ହେବା ତେବେ ୨୦୦ ବର୍ଷ ପୂରିବା ପୂର୍ବରୁ ଏ ମଣିଷ ଜାତିର ଭବିଷ୍ୟତ କଣ ଘଟିବ କେହି କହି ପାରିବେ ନାହିଁ । ଆଉ କିଛି ବର୍ଷ ପରେ ଏ ମଣିଷ ସମାଜ ଓ ଉଦ୍ଭିଦ ସମାଜ ଏବଂ ସମଗ୍ର ଜୀବ ଜଗତ ପୂରାପୂରି ଧ୍ୱଂସ ପାଇଯିବ । ଏହି ଧ୍ୱଂସର କାରଣ ଗୁଡ଼ିକ ହେଲା ମନୁଷ୍ୟ ଉପଯୋଗୀ ବାସସ୍ଥାନର ଅଭାବ, ପରମାଣୁ ଯୁଦ୍ଧ ମାଧ୍ୟମରେ ମଣିଷ ଜାତିର ଧ୍ୱଂସ, ପୃଥିବୀ ସହ ଗ୍ରହାଣୁପୁଞ୍ଜର ସଂଘର୍ଷର ସମ୍ଭାବନା । ଏଇଠି ମନକୁ ପ୍ରଶ୍ନଟିଏ ଆସୁଛି । ଯଦି ପୃଥିବୀ ଆମକୁ ବଞ୍ଚେଥ ରଖିବାପାଇଁ ଏକମାତ୍ର ସବୁଜ ଶ୍ୟାମଳ ପ୍ରକୃତିକ ସୋ÷ନ୍ଦର୍ଯ୍ୟରେ ଭରପୁର ଗ୍ରହ, ତେବେ ତାହାର କାହିଁକି ଆମେ ଯତ୍ନ ନ ନେବା? କାହିଁକି ତାକୁ ଆହୁରି ସବୁଜ ସବୁଜିମାରେ ଭରି ନଦେବା? ଆମ ସୁନ୍ଦର ପୃଥିବୀକୁ ସୁରକ୍ଷା ଦେବା କଣ ଆମର ଦାୟିତ୍ୱ ନୁହେଁ କି? ପ୍ରତ୍ୟେକ ମଣିଷ ଏ ବିଷୟରେ ନିଶ୍ଚିତ ଚିନ୍ତା କରିବା ଆବଶ୍ୟକ ଏବଂ ପଦକ୍ଷେପ ନେବା ଆବଶ୍ୟକ । କ୍ଷୋଭର ସହିତ ଏହା ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ପରିବେଶ ଧ୍ୱଂସ ଆଜି ମନୁଷ୍ୟକୃତ । ନିଜ ଅବକ୍ଷୟ ପାଇଁ ଆମେ ନିଜେ ହିଁ ଦାୟୀ । ମନୁଷ୍ୟର ଅଦମ୍ୟ ଆହରଣ ପିପାସା, ଭୋଗବିଳାସ ପୂର୍ଣ୍ଣ ଜୀବନ ଓ ପ୍ରାକୃତିକ ସମ୍ବଳର ଅସଦୁପଯୋଗ ସୂକ୍ଷ୍ମ ସନ୍ତୁଳନ ଉପରେ ଅଯଥା ଚାପ ପକାଉଛି । ଅତ୍ୟଧିକ ଯାନବାହାନ ବୃଦ୍ଧି, ସୁରକ୍ଷା ନାମରେ ଅତ୍ୟଧିକ ଯୁଦ୍ଧ ସାମଗ୍ରୀର ପରୀକ୍ଷଣ, କଳକାରଖାନାର ଅହେତୁକ ବୃଦ୍ଧି ଆଜି ପରିବେଶ ପ୍ରଦୂଷଣକୁ ଆହୁରି ବଢ଼ାଇ ବଢ଼ାଇ ନେଉଛି । ସହର ହେଉ ବା ଗାଁ ରାସ୍ତାକୁ ବିସ୍ତୀର୍ଣ୍ଣ କରିବାକୁ ଯାଇ ଆମେ ନଦୀ ନାଳକୁ ପୋତି ସାରିଲୁଣି ଓ ଜଙ୍ଗଲକୁ କାଟି ସଫା କରିସାରିଲୁଣି । ଶିଳ୍ପାୟନ, ଅହେତୁକ ଜନସଂଖ୍ୟା ବୃଦ୍ଧି, ଅବାରିତ ଅରଣ୍ୟ ସଂପଦର ଅବକ୍ଷୟ, ଯାନ ବାହାନର ଆଶାତୀତ ବୃଦ୍ଧି, ବାରମ୍ବାର ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ଆଦି ଆମ ପରିବେଶକୁ ସଂପୂର୍ଣ୍ଣ ଧ୍ୱଂସ କରି ସାରିଲାଣି । ଏ ଆଧୁନିକ ମଣିଷ କଦାପି ବିସ୍ମରି ନଯାଉ ଯେ ନଦୀ ଉପତ୍ୟକାରେ ହିଁ ଆମ ସଭ୍ୟତା ପ୍ରଥମେ ଗଢ଼ି ଉଠିଥିଲା । ଆର୍ଯ୍ୟ ମଣିଷ ଶାନ୍ତ ପରିବେଶରେ ବଣର ଫଳମୂଳ ଖାଇ, ବୃକ୍ଷର ବକ୍କଳକୁ ବସ୍ତ୍ର ଭାବରେ ପରିଧାନ କରି, ଔଷଧୀୟ ବୃକ୍ଷଲତାରୁ ଔଷଧ ରୂପେ ଗ୍ରହଣ କରି ଜୀବନ ଯାପନ କରୁଥିଲା । ମଣିଷ ଯଦିଓ ବଞ୍ଚôଛି ଆଜି, ହେଲେ ତାର ଅମାନବୀୟ କାର୍ଯ୍ୟକଳାପ ଫଳରେ କେବେଠାରୁ ତାର ନୈତିକ ଭାବନାର ମୃତୁ୍ୟ ଘଟି ସାରିଛି । ସେ ଜାଣି ମଧ୍ୟ ଆଜି ଅଜଣା ରହୁଛି । ଚତୁର୍ଦ୍ଦିଗରେ ଆଜି କଂକ୍ରିଟ ଜଙ୍ଗଲ ମୁଣ୍ଡ ଟେକି ମାନବ ସଭ୍ୟତାକୁ ଉପହାସ କରି ଧ୍ୱଂସକୁ ଆହ୍ୱାନ କରୁଛି । ୧୯୭୭ ମସିହା ଅକ୍ଟୋବର ମାସରେ ରୁଷିଆଠାରେ ଆନ୍ତର୍ଜାତିକ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଉପରେ ପ୍ରଥମ କରି ଏକ ସମ୍ମିଳନୀ ଆରମ୍ଭ ହୋଇଥିଲା । ସ୍କୁଲ କଲେଜ ସ୍ତରରେ ବିଭିନ୍ନ ପ୍ରକାର ସେମିନାର, ପରିବେଶ ପ୍ରଦର୍ଶନୀ, ଆଲୋଚନା ଚକ୍ର, ପରିଭ୍ରମଣ, ଜୁନ୍ ୫ରେ ପରିବେଶ ଦିବସ ପାଳନ ଇତ୍ୟାଦି ଦ୍ୱାରା ସମସ୍ତଙ୍କୁ ସଚେତନ କରାଯାଉଛି । ଗଣ ମାଧ୍ୟମ ଗୁଡ଼ିକ ମଧ୍ୟ ଯେମିତି କି ସମ୍ବାଦପତ୍ର, ଦୂରଦର୍ଶନ, ରେଡ଼ିଓ, ଖବରକାଗଜ ଇତ୍ୟାଦିର ଭୂମିକା ମଧ୍ୟ କିଛି କମ୍ ନୁହେଁ । ତଥାପି କେବଳ ଗଛଟିଏ ଲଗାଇ ଦେଇ ତାର ‘ଟୋଟିକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଦେଲେ ବା ପରିବେଶ ସମ୍ବନ୍ଧୀୟ ସମ୍ମିଳନୀଟିଏ ଆୟୋଜିିତ କରି ବକ୍ତାଭାବେ ଭାଷଣବାଜି କଲେ ଏ ସମସ୍ୟାର ସମାଧାନ ଆଦୋ÷ ହୋଇ ପାରିବନାହିଁ । ଏଥିପାଇଁ ବୃକ୍ଷ ରୋପଣ ସହିତ ତାର ଯତ୍ନ ନେବା ଏବଂ ଆମେ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇ କର୍ମରେ ବିଶ୍ୱାସ ରଖିବା ଆବଶ୍ୟକ । ନହେଲେ ୪୫୦ କୋଟି ବର୍ଷ ତଳୁ ସୃଷ୍ଟି ହୋଇଥିବା ଏହି ସବୁଜ ସୁନ୍ଦର ପୃଥିବୀ ସମାନ ଆଉ ଗୋଟିଏ ଗ୍ରହକୁ ଆମେ ପାଇ ପାରିବା ନାହିଁ । ଏହାର ସନ୍ଧାନ କରିବାକୁ ଆମକୁ ଆହୁରି କୋଟି କୋଟି ବର୍ଷ ଲାଗିଯାଇପରେ । ସେ ପର୍ଯ୍ୟନ୍ତ ଏ ମଶିଷ ତିଷ୍ଠିଲେ ତ?
ଆମେ କଦାପି ଭୁଲିଯିବା ନାହିଁ ଯେ ମଣିଷ ବଞ୍ଚôବାପାଇଁ ଯେଉଁ ପରିବେଶ ଲୋଡ଼ା ତାହା କେବଳ ଏହି ପୃଥିବୀରେ ଅଛି । ପୃଥିବୀ ଯଦି ପ୍ରାକୃତିକ କାରଣ ଯୋଗୁଁ ଧ୍ୱଂସ ହୁଏ ତେବେ ଆମର କିଛି କରିବାର ନାହିଁ । କିନ୍ତୁ ଯଦି ଏହା ମନୁଷ୍ୟକୃତ ହୁଏ ତେବେ ଆମର ପରବର୍ତ୍ତୀ ମାନବ ସଭ୍ୟତା ଆମକୁ କଦାପି କ୍ଷମା ଦେବ ନାହିଁ । ଆମ ପୃଥିବୀରେ ପ୍ରାୟତଃ ୨୫ ଲକ୍ଷ ପ୍ରଜାତିର ସପୁଷ୍ପକ ଉଦ୍ଭିଦ ରହିଛି । ସେଥିରୁ ୧୩୩୦ଟି ପ୍ରଜାତିର ଗଛକୁ ଆମେ ନିଜେ ଚାଷ କରୁ । ଆଧୁନିକ ଜୀବନ ଶୈଳୀରେ ବହୁଳ ପରିମାଣରେ ବ୍ୟବହୃତ ହେଉଥିବା ମୋବାଇଲ ହିଁ କିଛି ବୃକ୍ଷମାନଙ୍କର ମୃତୁ୍ୟର କାରଣ ହୋଇଛି । ଶତକଡ଼ା ୪୦ ଭାଗ ମହୁମାଛି ଏବେ ମୃତୁ୍ୟ ମୁଖରେ । ଅନେକ ପଶୁପକ୍ଷୀ ତ ଏବେ ସଂପୂର୍ଣ୍ଣ ବିଲୋପ ହୋଇ ଗଲେଣି । ଘରଚଟିଆ, ବାଇ ଚଢ଼େଇ, ବାଦୁଡ଼ି ପ୍ରାୟତଃ ବହୁତ କମି ଗଲେଣି । ଏମାନଙ୍କର ଉପକାର ମଣିଷ ଜାତିପାଇଁ କିଛି କମ୍ ନୁହେଁ । ମଣିଷ ଆଜି ଏତେ ସ୍ୱାର୍ଥପର ହୋଇ ଯାଇଛି ଯେ ସେ ଅନେକ ପଶୁପକ୍ଷୀଙ୍କୁ ଧ୍ୱଂସ କରି ସାରିଲାଣି । ଏପରି ବି ହେବାକୁ ବସିଲାଣି ଯେ ପ୍ରତି ଅଧଘଣ୍ଟାରେ ଆମ ପୃଥିବୀରେ ଗୋଟିଏ ପ୍ରଜାତିର ଉଦ୍ଭିଦକୁ ଆମେ ହରାଇ ଚାଲିଛୁ । ପ୍ରତି ଏକ ଘଣ୍ଟାରେ ପୃଥିବୀ ପୃଷ୍ଠର ୪୭ କିଲୋ ମିଟର ଅଂଚଳର ଜଙ୍ଗଲ ଧ୍ୱଂସ ହେଉଛି । ଗୋଟିଏ ପଟେ ମଣିଷ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଉ ଗୋଟିଏ ପଟେ ଜୀବଜନ୍ତୁ ଓ ଉଦ୍ଭିଦଜଗତ ଲୋପ ପାଉଛି । ଏପରି ପରିସ୍ଥିତିରେ ପୃଥିବୀର ଭାରସାମ୍ୟ କିପରି ସମ୍ଭବ ହେବ? ଯଦି ଉଭୟ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ନରହିବ, ଏ ପୃଥିବୀରେ ତେବେ ଏ ମଣିଷ ସଭ୍ୟତା ବଂଚିବ ତ? ଏହା ଏବେ ଏକ ବିରାଟ ପ୍ରଶ୍ନବାଚୀ ଆଜିର ଆଧୁନିକ ସମାଜକୁ । ଏ ପର୍ଯ୍ୟନ୍ତ ପାଞ୍ଚଟି ଜୀବଙ୍କର ବିଲୁପ୍ତି ଘଟି ସାରିଲାଣି । କଥାରେ ଅଛି: “ଆପଣା ହସ୍ତେ ଜିହ୍ୱା ଛେଦି / କେ ଅଛି ତାର ପ୍ରତିବାଦୀ ।ା”, ତେଣୁ ଏ ମଣିଷ ଯଦି ନିଜେ ନିଜର ମୃତୁ୍ୟର କାରଣ ହେବ ତେବେ ଈଶ୍ୱର ବା କଣ କରିବେ? ତେଣୁ ବେଳ ଥାଉ ଥାଉ ଏ ସୁନ୍ଦର ସବୁଜ ଗ୍ରହଟି ଧ୍ୱଂସ ହେବା ପୂର୍ବରୁ ଏହାର ସୁରକ୍ଷା ନା କେବଳ ସରକାରଙ୍କର; ବରଂ ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ପରିବେଶ ସୁରକ୍ଷା ଓ ଆମ ଜୀବନ ରକ୍ଷା ଏହା ପ୍ରତିଟି ସଭ୍ୟ ଆଧୁନିକ ମଣିଷର ମନ୍ତ୍ର ହେଉ ।
ମୋ: ୭୮୪୬୯୨୧୪୦୦