ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା
ଢେଙ୍କାନାଳ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ନୂଆଦିଲ୍ଲୀ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀରେ ୭୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସମସ୍ତ ଶିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସାଭିକ ଶତପଥୀ ୯୪.୨ପ୍ରତିଶତ, ଗୌତମୀ ପ୍ରିୟଦର୍ଶନୀ ବିଶ୍ୱାଳ ୯୦.୬ ପ୍ରତିଶତ ଏବଂ ତ୍ରିସ୍ନାଞ୍ଜଳି ପତି ୯୦.୨ପ୍ରତିଶତ ନମ୍ବର ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦଶମ ଶ୍ରେଣୀରେ ୧୫ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ଅମ୍ରିତ ମହାନ୍ତି ୯୭.୮ପ୍ରତିଶତ ନମ୍ବର ରଖି ପ୍ରଥମ, ଶୁଭମ ମହାନ୍ତି ୯୫.୬ ପ୍ରତିଶତ ରଖି ଦ୍ୱିତୀୟ ଏବଂ ସମୀକ୍ଷା ପରିଡା ୯୫.୪ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର କୁମାର ଦାଶ ପ୍ରେସ ବିଜ୍ଞପ୍ତିରେ କୃତୀ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।