ପିଏମ୍ କିଷାନ ସମ୍ମାନ ନିଧି ସହାୟତା ଟଙ୍କା ପ୍ରଦାନ

 ନବରଙ୍ଗପୁର :  ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ଲାଇଭ୍ ଷ୍ଟ୍ରିମିଙ୍ଗ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଏମ କିଷାନ ସମ୍ମାନ ନିଧି ଅନ୍ତର୍ଗତ ଚାଷୀମାନଙ୍କୁ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମକୁ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ )ବିଶ୍ୱଜିତ ବର୍ମନ, ସିଡିଓ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧୀର ରଞ୍ଜନ ବେହେରା, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ପ୍ରାୟ ୧୦୦ଜଣ ଚାଷୀ ଉପସ୍ଥିତ ରହି ଦେଖିଥିଲେ । ଉତ୍ତରପ୍ରଦେଶ ରାଜ୍ୟର ବାରଣାସୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ୯କୋଟି ୭୦ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ ଭାଇ ଭଉଣୀମାନଙ୍କୁ ତାଙ୍କ ଜମା ଖାତାରେ ୨୦ ତମ କିସ୍ତି ମାଧ୍ୟମ ରେ ୨୦,୫୦୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ୧,୦୭,୫୩୯ ଜଣ ଚାଷୀଙ୍କ ଜମାଖାତାକୁ ପ୍ରତ୍ୟେକ ୨୦୦୦ଟଙ୍କା ହସ୍ତାନ୍ତର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡିଆଇପିଆର୍ଓ ମନୋଜ ବେହେରା, ସିଡିଭିଓ ରାଧେଶ୍ୟାମ ଲାଇକ, ଏଡିଓ ଅନିଲ ପ୍ରହରାଜ, ଡିପିଡି ସିଦ୍ଧାର୍ଥ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।